Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

Sidheswar Tripathy

Tragedy

3  

Sidheswar Tripathy

Tragedy

ତୋ ପାଇଁ ସହଜ

ତୋ ପାଇଁ ସହଜ

1 min
6.9K


କେତେ ଭଲପାଇ କେତେଯେ ଭୁଲିବା

ତୋ ପାଇଁ ସହଜ କଥା

ତୋତେ ଭୁଲିବାକୁ ଭାବିଲା ବେଳକୁ

ମୋ ଛାତିରେ ଭରେ ବ୍ୟଥା ।


ଶ୍ରାବଣେ ଭିଜେଇ ଫଗୁଣେ ସଜେଇ

ସାଜିଲୁ ପ୍ରେମୀକା ମୋର

ଲୁହ ଝରେଇତୁ କହିଥିଲୁ ଦିନେ

ହେବୁ ବୋଲି ଆପଣାର ।


ଶୀତୁଆ ରାତିରେ ସ୍ମିତହାସ୍ୟ ଦେଇ

ନୁଆଇଁ ଥିଲୁତୁ ମଥା

କେତେ ଭଲପାଇ କେତେଯେ ଭୁଲିବା

ତୋ ପାଇଁ ସହଜ କଥା - - - - -


ମୁଁ ଯେ ଏକା ନୁହେଁ ଏମିତି ଅନେକ

ପ୍ରେମିକ ଅଛନ୍ତି ତୋର

କେତେ ତୁ ଗଢିଛୁ କେତେତୁ ଭାଙ୍ଗିଛୁ

ବିଶ୍ୱାସର ବତୀଘର ।


କୂଳକି କିନାରା ନପାଇ ହଜିଛି

କେତେ ନୌକାର ସତ୍ତା

କେତେ ଭଲପାଇ କେତେଯେ ଭୁଲିବା

ତୋ ପାଇଁ ସହଜ କଥା ।



କେତେ ମନନେଇ ଭାଙ୍ଗିଦେଲୁ ତୁହି

ହସି ହସି ସହଜରେ

କେତେଯେ ନୀରିହ ଛନ୍ଦି ହୋଇଛନ୍ତି

ତୋର ଛଳନା ଛନ୍ଦରେ ।



କେତେ ପ୍ରେମିକଙ୍କ ପ୍ରାଣ ଗଲା ପରେ

ଜଳୁଛି ଦେଖରେ ଚିତା

କେତେ ଭଲ ପାଇ କେତେଯେ ଭୁଲିବା

ତୋ ପାଇଁ ସହଜ କଥା - -



ସିଦ୍ଧେଶ୍ବର ତ୍ରିପାଠୀ

କୁଣ୍ଡିଲୋ କେରଙ୍ଗ ଖୋର୍ଦ୍ଧା

8018646704


Rate this content
Log in

Similar oriya poem from Tragedy