ବାଜପେୟୀଙ୍କର ସ୍ମୁତି ଧାରେ
ବାଜପେୟୀଙ୍କର ସ୍ମୁତି ଧାରେ
ଚାର ଯାହାର ନ୍ୟାୟ ସଙ୍ଗତ
ରାଜଧର୍ମ ପାଳନରେ
ବିଚକ୍ଷଣ ନେତା ବିମୋହକ କବି
ଆନକେ ବିରଳ ଭାରତରେ - - - -
ହସି ହସି ଯିଏ ସ୍ୱାଧୀନତା ପାଇଁ
କାରାବରଣ କରିପାରେ
ରାଜନେତାଠାରୁ ସାହିତ୍ୟିକ ଯାଏଁ
ପରିଚୟ ଯାର ଏ ମାଟିରେ ।
ବିଶ୍ୱ ପଞ୍ଚାୟତ କୋଠରିରେ ଯିଏ
ମାଆ ମାଟି ଭାଷା କହିପାରେ
ଶତ୍ରୁ ପାଇଁ ସାଜି କଠିନ ଦୃଷ୍ଟାନ୍ତ
ଦେଶ ଗାରିମାକୁ ରକ୍ଷା କରେ ।
ଏଇ ଭାରତର ଯଶ ଗାଇ ଗାଇ
ଯିଏ ଚାଲିଗଲେ ବହୁ ଦୂରେ
ଏ ଦେଶ ଝୁରୁଛି ତାଙ୍କୁ ସୁମରୁଛି
ବାଜପେୟୀଙ୍କର ସ୍ମୁତି ଧାରେ ।
ସିଦ୍ଧେଶ୍ବର ତ୍ରିପାଠୀ
