STORYMIRROR

Sidheswar Tripathy

Others

3  

Sidheswar Tripathy

Others

ଧରାକୁ ଶରତ ଆସିଛି

ଧରାକୁ ଶରତ ଆସିଛି

1 min
13.6K


ଭୋଦୁଅ ଅଶିଣ ସାଥୀରେ ତା ଧରି

ଧରାକୁ ଶରତ ଆସିଛି

ଧୋବ ଫର ଫର କାଶତଣ୍ଡି ଫୁଲ

ନଈ ଦାଢେ ଦାଢେ ଦିଶୁଛି।

ସବୁଜିମା ଭରା ଗହୀର ହସୁଛି

ଚଷା ଭାଇ ମନ ଖୁସିରେ

ସାରୁ ବୁଦା ମୂଳେ ବେଙ୍ଗ ବେଙ୍ଗୁଲୀଏ

ରଡି କରୁଛନ୍ତି ବସିରେ ।

ଗାଡ଼ିଆରେ କଇଁ ପଦୁଅଁ ଫୁଟିଛି

ଆହା କି ସୁନ୍ଦର ଦିଶୁଛି

ଭୋଦୁଅ ଅଶିଣ ସାଥୀରେ ତା' ଧରି

ଧରାକୁ ଶରତ ଆସିଛି ।

ସଞ୍ଜ ଗଡ଼ିଗଲେ ଫୁଟୁଛି ଶେଫାଳି

ମହ ମହ ସିଏ ବାସୁଛି

ନୀଳ ଆକାଶରେ ରୂପା ଥାଳି ପରି

ଜହ୍ନ ଖିଲିଖିଲି ହସୁଛି ।

ଗୋବିନ୍ଦ ଜନମ ଗଜାନନ ପୂଜା

ତା ସାଥିରେ ନୂଆ ଖାଇରେ

ଭୋଦୁଅ ସରିଲେ ଅଶିଣ ଆସିବ

କେତେ ଯେ ପାର୍ବଣ ନେଇରେ ।

ଦୁରୁଗା ମାଆର ଆଗମନ ପାଇଁ

ସୁଉଚ୍ଚ ତୋରଣ ଦିଶୁଛି

ଭୋଦୁଅ ଅଶିଣ ସାଥୀରେ ତା ଧରି

ଧରାକୁ ଶରତ ଆସିଛି ।

ସିଦ୍ଧେଶ୍ବର ତ୍ରିପାଠୀ

କବିର ଘର

କୁଣ୍ଡିଲୋ କେରଙ୍ଗ ଖୋର୍ଦ୍ଧା


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍