STORYMIRROR

Sidheswar Tripathy

Others

3  

Sidheswar Tripathy

Others

ଅଟଳ କି କେବେ ଟଳିପାରେ

ଅଟଳ କି କେବେ ଟଳିପାରେ

1 min
14K


ଅଟଳ କି କେବେ ଟଳିପାରେ

ମହାମାନବ କି ମରିପାରେ

ପ୍ରତି ହୃଦୟରେ ରହିଥିବେ ସିଏ

ଏ ସଂସାରେ ରବି ଶଶୀ ଥିବା ଯାଏ

ତାଙ୍କ ମାଟି ଦେହ ସିନା ଜଳିପାରେ

ଅଟଳକି କେବେ ଟଳିପାରେ - - -

ଯାହାଙ୍କର କାର୍ଯ୍ୟକଳାପରେ

ଆମ ଏ ଭାରତ ହସିପାରେ

ପ୍ରତି ଭାରତୀୟ ତାଙ୍କୁ ସୁମରିବ

ତାଙ୍କ ଯଶ କୀର୍ତ୍ତି ଲେଖାତ ରହିବ

ଇତିହାସ ପୃଷ୍ଠା ସ୍ୱାର୍ଣ୍ଣାକ୍ଷରେ

ଅଟଳକି କେବେ ଟଳିପାରେ - - - -

ରାଜନୀତି ଅବା ସାହିତ୍ୟରେ

ଭାଷଣ ହଉବା କବିତାରେ

କୋଟି କୋଟି ମନ କିଣି ନେଇଛନ୍ତି

ଯିଏ ଆଣିଛନ୍ତି ଦେଶର ପ୍ରଗତି

ତାଙ୍କୁ କିଏ ଅବା ଭୁଲିପାରେ

ଅଟଳ କି କେବେ ଟଳିପାରେ - - -

ସମୟତ ବିତିଯିବ ଧୀରେ

ତୁମେ ସିନା ରହିଗଲ ଦୂରେ

ସଭିଙ୍କ ହୃଦୟେ ପାଉଥିବ ପୂଜା

ଉଡୁଥିବ ତୁମ କିରତୀର ଧ୍ଵଜା

ସବୁ ଜନମନ ଆକାଶରେ

ଅଟଳ କି କେବେ ଟଳି ପାରେ - - - -

ସିଦ୍ଧେଶ୍ଵର ତ୍ରିପାଠୀ


Rate this content
Log in