Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

Sidheswar Tripathy

Others

3  

Sidheswar Tripathy

Others

ପ୍ରେମ ତୋର ଜଉ ଘର

ପ୍ରେମ ତୋର ଜଉ ଘର

1 min
13.6K


ମହୁ ଝରା ସେଇ ପ୍ରବେଶ ପଥରେ

ପ୍ରେମ ତୋର ଜଉ ଘର

ସେ ଘରକୁ ଯାଇ ଜଳିଲା ପରେ ବି

ଯାଉଥାଏ ବାର ବାର ।

ଏଇ ଦେହ ମନ ଅଙ୍ଗାର ହେଲାଣି

ତଥାପି ଛାଡିନି ମୋହ

ପାଉଁଶ ହେବାକୁ ଭାରି ଇଚ୍ଛା ମୋର

ଢାଳି ସବୁ ଲହୁ ଲୁହ ।

ଆପଣେଇ ନବୁ ଅବା ଦୂରେଇବୁ

ତୋ ହାତେ ସବୁ ବିଚାର

ମହୁ ଝରା ସେଇ ପ୍ରବେଶ ପଥରେ

ପ୍ରେମ ତୋର ଜଉ ଘର ।

ତୋ ବିନା ମନଟା ଏମିତି ଅବୁଝା

ସବୁ ଏଠି ଦିଶା ହିନ

ଜୀବନ ରାସ୍ତାରେ ପ୍ରତି ପାହୁଣ୍ଡରେ

ଦିଶେ ତୋର ପାଦ ଚିହ୍ନ ।

ତୋ ମିଠା ହସରେ ପ୍ରତାରଣା ଛିଟା

ଭାଙ୍ଗିଦିଏ ମନ ମୋର

ମହୁ ଝରା ସେଇ ପ୍ରବେଶ ପଥରେ

ପ୍ରେମ ତୋର ଜଉ ଘର - - -

ସିଦ୍ଧେଶ୍ଵର ତ୍ରିପାଠୀ

କବିର ଘର

କୁଣ୍ଡିଲୋ କେରଙ୍ଗ। ଖୋର୍ଦ୍ଧା

752057

8018646704


Rate this content
Log in