Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

Sidheswar Tripathy

Others

2  

Sidheswar Tripathy

Others

ତୋରି ପ୍ରେମରେ

ତୋରି ପ୍ରେମରେ

1 min
6.5K


ଫୁଲ ତୋର ରଙ୍ଗ ରୂପ ଦେଖି

ଧୀରେ ଧୀରେ ପାଗଳ ମୁଁ ହେଲି

ତୋ ମହକ କରିଲା କୁହୁକ

ଅଜାଣତେ ମନ ଦେଇ ଦେଲି ।


ଦୁନିଆଁକୁ ଭୁଲିଗଲି ଧୀରେ

ତୋ ପ୍ରେମରେ ପଡ଼ିଗଲି ଯେବେ

ମୋ ସପନ ସବୁ ସତହେଲା

ତୋ ପରଷ ପାଇଲି ମୁଁ ଏବେ ।


ତୁ ଦେଲୁ ମିଠା ପ୍ରତିଶ୍ରୁତି

କେହି କେବେ ପାରିବନି ଭୁଲି

ଫୁଲ ତୋର ରଙ୍ଗ ରୂପ ଦେଖି

ଧୀରେ ଧୀରେ ପାଗଳ ମୁଁ ହେଲି - - -


ଜୀବନରେ ରଙ୍ଗ ଭରିଗଲା

ତୋ ପରି ସାଥୀ ଟିଏ ପାଇ

ଭିଜି ଗଲେ ମେଘମହ୍ଲ।ରରେ

ଆମେ ଦୁହେଁ ପ୍ରୀତି ଗୀତ ଗାଇ ।


ନାହିଁ ମୋର କିଛି ଅବଶୋଷ

ସବୁଦୁଃଖ ଯାଇଛି ମୁଁ ଭୁଲି

ଫୁଲ ତୋର ରଙ୍ଗ ରୂପ ଦେଖି

ଧୀରେ ଧୀରେ ପାଗଳ ମୁଁ ହେଲି - - -


ସିଦ୍ଧେଶ୍ବର ତ୍ରିପାଠୀ

କୁଣ୍ଡିଲୋ କେରଙ୍ଗ ଖୋର୍ଦ୍ଧା

8018646704


Rate this content
Log in