ଓଡ଼ିଆ ଝିଅ
ଓଡ଼ିଆ ଝିଅ
1 min
13.4K
ଓଡ଼ିଆ ଝିଅତୁ ଓଡିଶୀ ନାଚିଲେ
ଦେହ ମୋର ଥରି ଉଠେ
ତୋ ତ୍ରିଭଙ୍ଗି ଠାଣି ଆଖିରେ ପଡିଲେ
ମନେ ପ୍ରୀତିପଦ୍ମ ଫୁଟେ ।
ଯେବେପଢି ଦେଉ ପୁରାଣ ପୋଥିତୁ
ସଞ୍ଜରେ ପ୍ରଦୀପ ଜାଳି
ତୋ ମଧୁର ସ୍ୱର କରିଛି ପାଗଳ
ନିତି ବସି ହୁଏ ଭାଳି ।
ଦିନେ ନଦେଖିଲେ ତୋଗୋରା ମୁହଁକୁ
ଭଲ ଲାଗେନାହିଁ ମୋଟେ
ଓଡ଼ିଆ ଝିଅତୁ ଓଡିଶୀ ନାଚିଲେ
ଦେହ ମୋର ଥରି ଉଠେ - - -
ଏ ମାଟି ଉପରେ ତୋ ହାତ ପରଷେ
ଆଙ୍କି ପାରୁ ଝୋଟି ଚିତା
କୋମଳ ହାତର ଚିତାରେ ଲୁଚିଛି
ସୁନ୍ଦର ପ୍ରୀତି କବିତା ।
ଆସିବୁକି କହ ଓଢଣୀତୁ ଟାଣି
ଏଇ ମୋ ଅଗଣା ବାଟେ
ଓଡ଼ିଆ ଝିଅତୁ ଓଡିଶୀ ନାଚିଲେ
ଦେହ ମୋର ଥରି ଉଠେ - - - -
ସିଦ୍ଧେଶ୍ବର ତ୍ରିପାଠୀ
