STORYMIRROR

Sidheswar Tripathy

Romance

2  

Sidheswar Tripathy

Romance

କବିର ପ୍ରେମୀକା

କବିର ପ୍ରେମୀକା

1 min
13.9K


ଭାବନା ସରଗେ ସିଏ ପାରିଜାତ

କେବେ ସେ ମଉଳେ ନାହିଁ

ସେ'ତ ଚିରସ୍ରୋତା ପ୍ରୀତି ନିର୍ଝରିଣୀ

ଯାଉ ଥାଏ ବହି ବହି ।


ଚିର ଯୌବନା ରମଣୀ ରତନ

ଦେହତା ବଉଳ ବାସେ

ପ୍ରେମର ପୀୟୂଷ ଢାଳୁଥାଏ ନିତି

ତାହାରି ଓଠ ପରଶେ।


ତା ଆଖି ଆଇନା ହୁଏ ନାହିଁ ଚୁନା

ଡାକୁଥାଏ ହାତ ଠାରି

ଯେତେଦେଖିଲେବି ନୂଆନୂଆ ଲାଗେ

ମନ ମରେ ଝୁରୀ ଝୁରୀ ।


ସମୟ ଆସିଲେ ଲେଖନୀ ଅଟକେ

ଲେଖନୀ ନାୟକ ମରେ

ଚିର ଦିନ ପାଇଁ ରୁହେସେ ଅମର

ପ୍ରୀତି ବୋଳା କବିତାରେ ।


ସିଦ୍ଧେଶ୍ବର ତ୍ରିପାଠୀ

8018646704


Rate this content
Log in

Similar oriya poem from Romance