STORYMIRROR

Sidheswar Tripathy

Romance Tragedy

2  

Sidheswar Tripathy

Romance Tragedy

ତୁମେ ଗଲା ଦିନୁ

ତୁମେ ଗଲା ଦିନୁ

1 min
13.9K


ତୁମେ ଗଲା ଦିନୁ


ଅନ୍ତର ଭିତରେ କାନ୍ଦେ ଅହରହ
ଉପରକୁ ଦିଏ ହସି
ତୁମେ ଗଲା ଦିନୁ ମୋଠାରୁ ଦୂରେଇ
ଜଳୁଛି ମୁଁ ଦିବାନିଶି ।

ସାରା ଦିନ ରାତି କୁହୁଳୁ ଥିବିମୁଁ
ବଞ୍ଚିଥିବୀ ଯେତେଦିନ
ଏଇ କୁହୁଳିବା ଶେଷ ହୋଇଯିବ
ଯେବେ ଯିବି ଶମଶାନ ।

ଅହରହ ମୋତେ ଖୋଜୁଥିଲ କେତେ
କାହିଁ ଚାଲିଗଲ ରୁଷି
ତୁମେ ଗଲାଦିନୁ ମୋ ଠାରୁ ଦୂରେଇ
ଜଳୁଛି ମୁଁ ଦିବା ନିଶି - - - - - -


କୁଆଡେ ହଜିଲା ତୁମ ମିଠା କଥା
ବଦଳିଲା ପରିଚୟ
ତୁମେ ବାଛିନେଲ ନୂଆ ଠିକଣାଟେ
ମୋତେ କରି ଅସହାୟ ।

ପାଗଳ ଜୀବନ ତୁମ ପ୍ରତୀକ୍ଷାରେ
ଆଜିବି ରହିଛି ବସି
ତୁମେ ଗଲାଦିନୁ ମୋ ଠାରୁ ଦୂରେଇ
ଜଳୁଛି ମୁଁ ଦିବାନିଶି - - -

ସିଦ୍ଧେଶ୍ବର ତ୍ରିପାଠୀ


Rate this content
Log in

Similar oriya poem from Romance