ଜୀବନ ବାଟ
ଜୀବନ ବାଟ
1 min
14.6K
ଶୈଶବେ ପାଇଲି ଆଦର ଯତନ
କୈଶୋରେ ପଢ଼ିଲି ପାଠ
ଯୌବନ ଆସିଲା ପରେ ପରେ ହେଲି
ଯନ୍ତ୍ରଣାରେ ଛଟପଟ ।
ସଂସାର ଜୁଆଳି କାନ୍ଧରେ ପଡିଲା
ଦଉଡିଲି ଅହରହ
ଘର ପରିବାର ଖୁସି ଦେଖିବାକୁ
ଲୁଚାଇଲି ଆଖି ଲୁହ ।
ସାରା ଦିନ ହଜି କର୍ମ ଜଞ୍ଜାଳରେ
ସଂଜକୁ ବାହୁଡେ଼ ଘର
ସବୁ ସଦସ୍ୟଙ୍କ କେତେକେତେ ଆଶା
ଏ କାନରେ ପଡେ ମୋର ।
ଅଧା ରାତି ଯାଏ ଦୀର୍ଘ ନିଶ୍ବାସରେ
ଛାତି ପରେ ଛାତି ଥୋଇ
କ୍ଳାନ୍ତ ହୋଇ ଦେହ ଆଖି ବୁଜୁ ବୁଜୁ
ଏ ରାତିଟା ଯାଏ ପାହି ।
ସକାଳ ଆସିଲେ ପୁଣି ଚାଲିଥାଏ
ପେଟ ଚାଖଣ୍ଡର ନାଟ
ଜରାବସ୍ଥା ପରେ ପାଦ ଅଟକିବ
ସରିବ ଜୀବନ ବାଟ ।
ସିଦ୍ଧେଶ୍ବର ତ୍ରିପାଠୀ
କୁଣ୍ଡିଲୋ କେରଙ୍ଗ ଖୋର୍ଦ୍ଧା
