STORYMIRROR

Paramita Sarangi

Tragedy

3  

Paramita Sarangi

Tragedy

ଭ୍ରମ

ଭ୍ରମ

1 min
13.9K



କାକରରେ ଭିଜା ପତ୍ରଟିଏ

ସକାଳର ମୃଦୁ ପବନ ରେ ଦୋହଲୁ ଥାଏ

ଉଛୁଳି ଥାଏ

ନୂଆ ଯଉବନର ସ୍ପର୍ଶରେ

କିଏ‌ କହି ପାରିବ କି

କେତେ କ୍ଷଣ?


ଦର୍ପଣରେ ନିଜର ପ୍ରତିମ୍ବିବ

ଯାହା ଆଖିକୁ ଦିଶେ

ମୁଁ କ'ଣ ଖାଲି ସେତିକି

ମନ ଭିତରେ ର ସୁପ୍ତ ଚେତନା

ସେ ସବୁ ତ ପ୍ରତିମ୍ବିବିତ ହୁଏନା

ନିରିଖେଇ ଦେଖିବାକୁ ଚାହେଁ କିଏ?


ଭାଙ୍ଗି ରୁଜି ଗଲା ପରେ

ଇଲାକା‌ ମୋ ସ୍ମୃତିର

ଅବରୁଦ୍ଧ ଝଡ଼ ପୁଣି ଉଙ୍କି ମାରେ

ଥମି ବାର ନାଁ ଧରେନା

ଯାତ୍ରାର ରାଜକୁମାର ଟି


ଦେଖ ତ କେମିତି ଭୁଲି ଗଲାଣି

ଗାଁରେ ତାର ଭଙ୍ଗା ଘର ଟିକୁ


ଅଲଗା ମୋ ପୃଥିବୀ

ଯେଉଁଠି ପୂର୍ଣ୍ଣତାର ସଂସାର

ତଥାପି

ଏକାକୀ ପଣ, ଅଣନିଃଶ୍ବାସୀ ଆତ୍ମା

ଉତ୍ତାପର ଅପେକ୍ଷାରେ ଏଠି

ଆରମ୍ଭର ବୀଜ ଟିଏ

ପଡ଼ିଅଛି ପୂର୍ବ କୋଣରେ


ଆଉ

ସମାପ୍ତି ପରେ ବି ମୋର

ମନେ ହୁଏ , ଯେମିତି

ମୁଁ କିଛି ଲେଖିପାରିନି।


ପାରମିତା ଷଡ଼ଙ୍ଗୀ


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Tragedy