ମା' ନାହଁ ଯାହାର
ମା' ନାହଁ ଯାହାର
ମା' ନାହିଁ ଯେ ଜନର ସାହା ନାହିଁ ତାହାର
ନାହି ନାଡୁ ଅପତ୍ୟକୁ ଯୋଗାଏ ସେ ଆହାର ।
ଦଶ ମାସ ଗର୍ଭ ଧରି ଦିଏ ସେହି ଜନମ
ଦଶ ଜନମରେ ସୁଝି ନପାରିବ ସେ ଋଣ ।
ବକ୍ଷରୁ ସଦା ସର୍ବଦା ଅମୃତ ଝରଣା ଝରେ
ପୁଷ୍ଟିକର ଶିଶୁ ଲାଗି ରୋଗ ନାଶ କରେ ।
ଆଦ୍ୟଗୁରୁ ସଂସାରର ଶିଖାଏ ସେ ସଂସ୍କାର
ପାତା ମାତା ଗୁରୁ ପୁଣି ବିଭୁଙ୍କର ଆକାର ।
ସର୍ବଂସହା ବସୁଧା ସେ ନାହିଁ ତା'ର ବିକାର
ନିଜ ଆୟୁଷରୁ ଦେଇ ଶୁଭ ମାଗେ ଶିଶୁର ।
ଧାନକୁଟି ମା' ଥିବ ନଥାଉ ନାଗର ବାପ
ଶିରେ ଘେନେ ସନ୍ତାନର ଦୁଖ ଶୋକ ପାପ ତାପ ।
ଧୃବ ଠାରୁ ପ୍ରହ୍ଲାଦ ଯେତେ ମହା ମନିଷୀ
ମା'ର ମମତା ବିନା ପୌରୁଷ କେ ଲଭିଛି !
ମାତାର ଆଦେଶେ ଲଂଫ ଦେଲେ ଆଂଜନେୟ
ଗିଳିବା ପାଇଁକି ପକ୍ୱ ଫଳ ଭାବି ଆଦିତ୍ଯ ।
ଶବରୀ ଅଇଁଠା ଖାଇ ରାମ ବନେ ପ୍ରସନ୍ନ
ଯଶୋଦା ମାତାର ତ୍ୟାଗେ ପିଣ୍ଡ ଗଢା ଶ୍ରୀକୃଷ୍ଣ ।
ଝୁଣ୍ଟି ପଡିଲେ 'ବୋଉଲୋ' ସ୍ୱତଃ ଝରେ ଶବଦ
ଶୁଶ୍ରୁଷା ଦିଏ ସନ୍ତାନେ ଆପେ ସହି ବିପଦ ।
ଗୋ ଗଂଗା ଗାୟତ୍ରୀ ମାତା ଦେଶ ମାତୃକା ଜାଣ
ଅପତ୍ୟ ପ୍ରେମରେ ସର୍ବେ ସହୁଛନ୍ତି କଷଣ ।
ମା ତୁମେ ମମତାର ସୀମାହୀନ ସାଗର
ମା' ନାହିଁ ଯାହାର ତ ସାହା ନାହଁ ତାହାର।