ସ୍ପର୍ଶଟିଏ
ସ୍ପର୍ଶଟିଏ
ମୁଁ ଯେବେ ତୁମକୁ ପ୍ରଥମେ ଭେଟିଥିଲି ,
କଲେଜର ବଗିଚା ଭିତରେ ।
ତୁମେ ଝିଅଟିଏ ପରି ସେତେବେଳେ ଦେଖାଯାଉନଥିଲ !
ଫୁଲଟିଏ ହେଇଯାଇଥିଲ ସେତେବେଳେ !
ତୁମକୁ ଛୁଇଁବାର ଦୁର୍ବାର ଆଶା ସବୁ ଯେତେ ,
ସାରା ଦେହେ ଗୋଟେ ସ୍ବତନ୍ତ୍ର ଇଚ୍ଛାରେ ବ୍ୟାପୀ ଯାଇଥିଲେ !
ମୁଁ ତୁମକୁ ଛୁଇଁବି କି ନା ଭାବୁଭାବୁ ,
ତୁମେ ପରିସ୍ଫୁଟ ହେଲ !
ଗୋଟେ ଗୋଲାପର ନରମ ପାଖୁଡ଼ା ପରି ,
ମୋ ପାପୁଲିକୁ ତୁମ ପାପୁଲି ଉପରେ ରଖିଲ ।
ମୋ ସାରା ଦେହରେ ଗୋଟେ ଅଦ୍ଭୁତ ରୋମାଞ୍ଚ !
ପହିଲିଥର ଗୋଟେ କିମ୍ଭୁତାକାର ଅନୁଭବ ,
ସତେ ଲାଗିଲା ଫୁଲମାନେ ନିର୍ଭୟରେ କଥା କହିଗଲେ ଏକା ସାଙ୍ଗରେ ,
ପକ୍ଷୀମାନେ ଗୀତ ଗାଇଗଲେ ବିନା କାରଣରେ ,
ସେଠି ସମସ୍ତେ ଥିଲେ ,
ପୁଣି ଲାଗିଲା ସେଠି କେହି ବି ନଥିଲେ ।
ଏକ ନିର୍ଜନତାର ପ୍ରାନ୍ତରରେ ଆମେ ଦୁହେଁ,
ଗୋଟେ ମୁକ୍ତାକାଶରେ ଦୁଇଟି ହଳଦୀବସନ୍ତ ଡେଣା ଝାଡିଗଲେ !
ତୁମେ ମୋ ଆଖିକୁ ଚାହିଁଲ ,
ଅପଲକେ ମୁଁ ତୁମକୁ ଚାହିଁ ରହିଥିଲି !
ସଞ୍ଜ ବୁଡି ରାତି ହେଲା ,
ରାତି ସରି ଦିନ ହେଲା ,
ମୁଁ ଜମା ଏସବୁ ଜାଣିପାରିଲି ।
ମୁଁ ସତରେ ଜମା ଜାଣିନଥିଲି,
ନାରୀର ସ୍ପର୍ଶରେ ଗୋଟେ ଅଦ୍ଭୁତ କିମିଆ ଥାଏ ବୋଲି !