Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

Abhisek Mohapatra

Fantasy Thriller

3  

Abhisek Mohapatra

Fantasy Thriller

ଅପ୍ରାପ୍ତି

ଅପ୍ରାପ୍ତି

1 min
11.9K


ଜହ୍ନକୁ ମାଗିଲି ଜୋଛନା ଟିକିଏ 

ଦେବାପାଇଁ ମନାକଲା ,

ପ୍ରିୟାକୁ ମାଗିଲି ପ୍ରୀତିର ପରଶ 

କାହିଁ ସେ ଦୂରେଇ ଗଲା ?


ସୁଖକୁ ମାଗିଲି ଟିକି ପରଶଟେ 

ପାଖକୁ ଆସିଲା ନାହିଁ,

ଜୀବନକୁ ମାଗେ ଶାନ୍ତିର ଛିଟାଟେ 

ଚାଲିଯାଏ ସେ ଦୂରେଇ ।


ଅନ୍ଧାରକୁ ମାଗେ ଆଲୁଅ ଟୋପାଏ 

କାହିଁ ସେ ଦୂରେଇ ଯାଏ ?

ଦୂରେ ବହୁଦୂରେ ବ୍ୟାପ୍ତ ସଂସାରରେ 

କାୟାକୁ ସେ ତା ମେଲାଏ ।


ସମୟକୁ ମାଗେ ହଜିଯିବା ପାଇଁ

ତା'ରି ବକ୍ଷ ଦେହରେ ,

ନିଜର ସ୍ରୋତରେ ନିଜେ ହଯିଯାଏ 

ପଛକୁ ନଚାହିଁ ଥରେ !


Rate this content
Log in

Similar oriya poem from Fantasy