STORYMIRROR

Abhisek Mohapatra

Abstract

2  

Abhisek Mohapatra

Abstract

ଚଗଲୀ ଝିଅ

ଚଗଲୀ ଝିଅ

1 min
3.1K

ଦୂର ଆକାଶରେ ଜହ୍ନ ଉଇଁଲେ 

ମନେପଡେ ତୁମ ହାତଲେଖା ଗୀତ

ପ୍ରଥମ ହେଲେ ସ୍କୁଲରେ ମୋ ହାତରେ 

ବଳାଇ ଦେଉଥିବା ନୂଆ ନୋଟ୍

ଯେଉଁଥିରେ ଥାଏ ଲାଲ୍ ଗୋଲାପ


ତୁମେ ଦେଖ

ଆଉ ଫିକ୍ କରି ହସିଦିଅ ତୁମ ପ୍ରେମିକା ପଣରେ

ମୁଁ ନିରୁତ୍ତର ରୁହେ ସବୁବେଳେ

ମନେମନେ କୁହେ " ହେ କେଡେ ବାଜେ ଝିଅ ମ


ତୁମେ କିନ୍ତୁ ଚିଠି ଲେଖ 

ଗୋଲାପରେ ଅତର ଢାଳି ମୋ ପାଇଁ ପଠାଅ


ମୁଁ କିଛି ବୁଝେ

"ଅନେକ କିଛି କିନ୍ତୁ ଅବୁଝା ରହିଯାଅ

ମୋ ଡାଏରୀ ର କୁନିକୁନି ହସ୍ତାକ୍ଷର ରେ


ତୁମେ କିନ୍ତୁ କେବେ ନୀରବ ନଥାଅ


ମୁଁ ଅପରାହ୍ନେ ଟେକା ଫିଙ୍ଗେ

ଅନ୍ତରୀକ୍ଷକୁ ଭେଦ କରୁ ମୋ ଲକ୍ଷ ପ୍ରସ୍ତୁତ

ସେ କିନ୍ତୁ ମାଧ୍ୟାକର୍ଷିତ ହୁଏ

ତା ପୂର୍ବବର୍ତ୍ତୀ ଶକ୍ତି ଠାରୁ ଅଧିକ ଶକ୍ତିଶାଳୀ ଭାବେ 

ପୁନଶ୍ଚ ତଡିତ୍ ପ୍ରାୟେ ସପ୍ରେମେ ମାଟିକୁ ଛୁଏଁ


ମୁଁ କିନ୍ତୁ ନୀରବ ଥାଏ

ତୁମର ଠାଏ ଠାଏ ଖୋଲାମେଲା ଅନ୍ତରୀକ୍ଷବ୍ୟାପୀ ହସରେ

ଫୁଲକୁ ଚୁମେ ସଶ୍ରଦ୍ଧେ

ଏକ ଦିଗବିଦିକ୍ ନିର୍ବିକଳ୍ପ ପ୍ରେମରେ

ତୁମ ପ୍ରେମିକ ଭାବେ ବଞ୍ଚି ରହିବାର ସୁନ୍ଦର ମୋହରେ


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Abstract