ଯନ୍ତ୍ରଣାର ଦିନରାତି
ଯନ୍ତ୍ରଣାର ଦିନରାତି
ପହିଲି ପ୍ରେମକୁ ସଜାଡିଥିଲି ମୁଁ
ନୀଡଟିଏ ବାନ୍ଧିବାକୁ ,
ଧୋକାଦେଇ ସିଏ ଚାଲିଗଲା ମୋତେ
ଭୁଲିଗଲା ଫେରିବାକୁ !
ଜୋଛନା ଟିକେ ମୁଁ ମାଗିଛି ଜହ୍ନକୁ
ଜହ୍ନ ତ ଦୂରେଇ ଯାଏ ,
ସକାଳକୁ ମୁଁ ଯେ ଆତ୍ମୀୟତା ମାଗେ
କାହିଁ ସିଏ ହଜିଯାଏ ?
ରାତିକୁ ମାଗିଲି ପ୍ରିତୀ ପ୍ରଣୟଟେ
ଅସାମାଜିକ ମୋତେ କଲା ,
ଜୀବନକୁ ମାଗେ ଶାନ୍ତିର ଛିଟାଟେ
କାହିଁ ସେ ଦୂରେଇ ଗଲା?
ପ୍ରେମିକାକୁ ମାଗେ ପ୍ରେମର ପରଶ
ବେସରମ ବୋଲି କହେ !
ଅନ୍ଧାରକୁ ମାଗେ ଶାନ୍ତିର ଛିଟାଟେ,
କାହିଁ ସେ ଦୂରେଇ ଯାଏ?
