Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

Abhisek Mohapatra

Abstract

2  

Abhisek Mohapatra

Abstract

ଶୀତ ଓ ସାର୍

ଶୀତ ଓ ସାର୍

1 min
138


ସେ ଆସିଲେ କୁହୁଡିମୟ ସକାଳଟା କଥା ମନେପଡିଯାଏ ,

ସକାଳଟା ମୋର ଖୁବ୍ ଡେରିରେ ପାହେ

କାର୍ତ୍ତିକର ଆ-କା-ମା-ବୈ ଠାରୁ ମନେପଡେ -

ବୋଉ ମାଡରେ ଥରଥରି ଡଙ୍ଗିଭସା ଦିନ ନଈରେ ସକାଳର ଗାଧୁଆ ତୁଠ


ଶନିବାର ସକାଳୁଆ ସ୍କୁଲ୍ ରେ ପିଙ୍କିର ଅନୁପସ୍ଥିତି ,

ଆଉ ସାର୍ ଙ୍କ ପୋଏମ୍ ଘୋଷା ନ ହେଇଥିବା ଯୋଗୁ ବିଛୁଆତି ଛାଟ


ଏବେ ସାର୍ ଦେଖାହେଲେ ହସନ୍ତି

ମନେ ପକାନ୍ତି ମୋର ସ୍କୁଲର ମାଙ୍କଡାମି କଥା

ସମହର ଭଗ୍ନାଂଶ ର ମିଶାଣ ଫେଡାଣ ,

ଆଉ ସାହିତ୍ୟ ବହିର ଛୋଟ ମୋର ଗାଁ ଟି" ର ସ୍ବର


ସାର୍ ଏବେ ଖୁବ୍ ଦୁର୍ବଳ ହେଇ ଆସିଲେଣି

ଏଥର ଦେଖାହେଲେ କହୁଥିଲେ " ଆଉ ପାରୁନିରେ ସକାଳ ଗାଧୁଆ"

ଦେହରେ ଥଣ୍ଡା ପାଣି ଆଉ ଯାଉନି

ମୋ ଦେହରେ ତ ଏକ ରେ ଅଛି ଶ୍ବାସ,

ଏ ଯେଉଁ ଥଣ୍ଡା ପଡୁଛି ସକାଳୁ ସକାଳୁ,

ଜାଣେନା କେଉଁ ଶନିବାର ହେଇଯିବି ଦିବ୍ୟଂଗତ


ଆଖି ଲୁହଭର୍ତ୍ତି ହେଇଗଲା ଶନିବାର ଦିନ ସକାଳେ

ଚାଳିଶ କି.ମି ସାଇକେଲିଂ କରି ସାର୍ -

ସେଦିନ ସବୁଦିନ ପରି ଖୁବ୍ ଖୁସିରେ ଆସୁଥିଲେ

ହଠାତ୍ ସାର୍ ଖୁବ୍ ଜୋରରେ ପଡିଗଲେ

ଡାକ୍ତର କହିଲେ " ନିମୋନିଆ ହେଇଥିଲା "


ମୋତେ ଦିପୁ ଫୋନ୍ କଲା ,

"ବାପା ଚାଲିଗଲେ"

ଦେହରୁ ହଠାତ୍ ମୋର ଗମଗମ ହେଇ ବୋହିଗଲା ଝାଳ

ମୋ ହାତରେ ଥିଲା ଚା କପ୍ ,

ଆଉ ବାହାରେ ପଡ଼ିଥିଲା ହାଡଥରା ଶୀତ      


Rate this content
Log in

Similar oriya poem from Abstract