STORYMIRROR

pratap nayak

Tragedy

3  

pratap nayak

Tragedy

ବାପା

ବାପା

1 min
13.9K


ପ୍ରତାପ ନାୟକ

7008054282


ବାପା ସିଏ ଯା କାନ୍ଧରେ ବସି

ରଥ ଦେଖି ଯାଇହୁଏ.....

ଜାମୁ କୋଳି ମଞ୍ଜିର କସରେ

ତାଙ୍କ ଜାମା ଛିଟ ହୁଏ ସେହି କାନ୍ଧର ଉପରୁ...

ହେଲେ ଧୂଳି ନଲାଗୁ ପାଦରେ....

ତାଙ୍କ ପେଟରୁ କାଟି ଅଷ୍ଟେଇଁ ରଜରେ

ନୂଆ ପିନ୍ଧିହୁଏ ....

ଏଣ୍ଡୁରିରୁ ଆସେ ହଳଦି ବାସନା ...

ପୋଡପିଠା ହାତେ ଦୋଳି ଖେଳିହୁଏ...

କୃପା ଦୃଷ୍ଟିବଳେ ଖଡି ଲେଖେ ଓଂକାର

ସିଲଟ ପଟାରେ.....

ନିର୍ଦ୍ୱନ୍ଦରେ ଶୋଇହୁଏ ରୋଗ ବିଛଣାରେ

ଅଧ ରାତିରେ ଅପଲକ ଆଖି

ତଡୁଥାଏ ରୋଗକୁ ଦୂରକୁ......

ବୋହୁ ଆଣି...... ଆମ ଦେହ ଭୋକମାରେ

ଡରେନାତ.... ସିନ୍ଦୁକ ଚାବି ବଢେଇ ବଂଚିବାର ହିସାବ ଶିଖାଏ.....

ନଇଁ ନଇଁ ନୂଆ ଧୋତି ଚନ୍ଦନ ମଥାରେ

ଦାନ ନେଲାବେଳେ .......

ନିଜ ପାଇଁ ସଜାନ୍ତି ସେ ଶୁଖିଲା କାଠ ....

ଚୁଡା ମୁଢି ଦହି ଗୁଡ ....

ପିଲା ଲୋକ ଅସୁବିଧାରେ ନପଡୁ

ଭାଇସାହି ନକରନ୍ତୁ ନିନ୍ଦା......

ବାପା ସିଏ ଉଡୁଥାନ୍ତି ଛତା ହେଇ ସଦା

ବାପା ଡାକ କର୍ଣ୍ଣ ଶୁଣୁ ଥାଉ....


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Tragedy