STORYMIRROR

pusparani Patel

Tragedy

3  

pusparani Patel

Tragedy

ରାଧା

ରାଧା

1 min
14.3K



ରାଧା ମୁଁ,

ନୁହଁଇ ଶ୍ରୀରାଧା ।

ସାଧାରଣ ମାନବୀ ମୁଁ

ନୁହେଁ କେଉଁ ଦେବୀ !!


ତେବେ ପୁଣି କେଉଁ ସ୍ବାର୍ଥେ

ଏ ଦୁନିଆ ଭଲପାଏ ମୋତେ

ପୂଜିବାକୁ,କହି କେବେ

କୂଳ କଳଙ୍କିନୀ

ତ ପୁଣିକେବେ,

ପ୍ରେମ ପୂଜାରିଣୀ।


ମୁଁ ଭ୍ରମିତ ଏବେ,

ଶଙ୍କାଗ୍ରସ୍ତ ମନେ!!

ଲୋଡାମୋତେ ଏକ ହିଁ

ଉତ୍ତର,କହିବକି

ଥରେ ମୋତେ କେହି??


ସତରେ ଏ ବିବାହିତା

ରାଧାର ଯେ,କୃଷ୍ଣପ୍ରେମେ

ଅଧୀକାର ଅଛି,

ଅବା ନାହିଁ।

ହଁ...ସତରେ ଅଛି କିବା ନାହିଁ!!!!


ପୁଷ୍ପାରାଣୀ ପଟେଲ।

ସହକାରୀ ଶିକ୍ଷୟିତ୍ରୀ

NAC(ST)HIGH SCHOOL,SECTOR-16,RKL


Rate this content
Log in

Similar oriya poem from Tragedy