STORYMIRROR

pusparani Patel

Others

2  

pusparani Patel

Others

ଅପେକ୍ଷାରେ

ଅପେକ୍ଷାରେ

1 min
14.2K


ତୁମେ କଣ ସତରେ ଆସିବନି ଥରେ??
ମୁଁ ଯେ ଦିବାନିଶି ଅହରହ
ତୁମ ଅପେକ୍ଷାରେ।

ତୁମକୁ ବେଶୀକଥା
ଭଲ ଲାଗେନି
ବୋଲି ହିଁ ତ
ମୁଁ, ମୋ ସବୁ କଥାକୁ
ନୀରବରେ ଲେଖିରଖିଛି
କେତେ ପଙକ୍ତି କବିତାରେ।

ଅନ୍ତର୍ଦାହ,ଅନ୍ତଃସ୍ବର,ଅନ୍ତର୍ଧ୍ବନି
ସବୁ ଅନ୍ତରର କଥାକୁ
ପରଶିଦେବି ତୁମ ସମ୍ମୁଖରେ।
କିନ୍ତୁ ତୁମେ ଶୁଣିବତ ଧୈର୍ଯ୍ୟଧରି
କବିତାକୁ ମୋର,କବିତା ନୁହଁଇ
ସେ ଯେ ଅନ୍ତର ବେଦନାଟି ମୋର।

ତୁମେ ବାଃ,ବାଃ ନ କଲେବି
ମୋ କବିତା ପଢି ଯେତେବେଳେ
ତୁମ ମୁହଁରେ ସରୁ ହସଟିଏ ଉକୁଟି ଉଠିବ
ସେତେବେଳେ ମୁଁ ଭୂଲିଯିବି
ସବୁ ଦୁଃଖକୁ ଯେ ମୋର।

ହେଲେ, ସତରେ କଣ
ତୁମେ ଆସିବନି ଥରେ???
ମୋ କବିତାମାନେ ଯେ
ଅହରହ ତୁମ ଦୁଇ ଓଠ ଫାଙ୍କର
ଚେନାଏ ହସର ଅପେକ୍ଷାରେ।

ପୁଷ୍ପାରାଣୀ ପଟେଲ।
ସହକାରୀ ଶିକ୍ଷୟିତ୍ରୀ NAC(ST)HIGH SCHOOL,
SEC-16,ROURKELA-3


Rate this content
Log in