ସ୍ୱପ୍ନଭଙ୍ଗ
ସ୍ୱପ୍ନଭଙ୍ଗ
ମୁଁ ମୋହଗ୍ରସ୍ତା
ଆଖି ବନ୍ଦକଲେ କେବଳ ତୁମ ଛବି ଦିଶେ
ତୁମେ ଆସ
ବଡ ଗମ୍ଭୀର ଥାଏ ତୁମ ମୁହଁ
ମୋତେ ଡର ମାଡେ
ତୁମ ଗମ୍ଭୀରତାକୁ
ମୁଁ ମୁହଁ ଲୁଚାଏ ତୁମ କୋଳରେ
ଆକୁଳ ହେଇ ତୁମ ଆଖିକୁ ଚାହେଁ
ତୁମ ଆଖିରେ ଆଖି ମିଶିଯାଏ
ସ୍ଵପ୍ନ ସବୁ ଆଖି ମିଟିକାରେ
ମୋତେ ବାଟ ବଣା କରନ୍ତି
ମୁଁ ଆଖି ଫେରାଏ
ମୋତେ ଯେ ସପତ୍ନଙ୍କୁ ଭାରି ଡର
ତୁମେ ମୋ ଡର କୁଳି ମୁହଁକୁ ଦେଖି ଖୁବ ହସ
ଆଉଯାଇ ନିଅ ତୁମ ଛାତିରେ
ସେଠି ମୁଁ ମୋହଗ୍ରସ୍ତାହେଇ ରହିବାକୁ ଚାହେଁ
ଜନ୍ମଜନ୍ମ ଆଜୀବନ
ସାତ ନୁହେଁ ସବୁ ଜନ୍ମ
ଅଚାନକ ତୁମେ ହସିଦିଅ
ମୋର ସ୍ଵପ୍ନ ଭଙ୍ଗ ହୁଏ!!!
ୟେ କ'ଣ!!
ତୁମେ ଯେ ପାଖରେ ନାହଁ,
ବାଟ ଭାଙ୍ଗି କେବେଠୁ ଚାଲିଯାଇଛ!!
ଏଇଥିପାଇଁ ପରା ତୁମ ହସଠୁ ତୁମ ଗାମ୍ଭୀର୍ଯ୍ୟତା
ମୋତେ ବେଶି ବେଶି ଆପଣାର ଲାଗେ!!
ଆଉଥରେ ଆସ ସ୍ଵପ୍ନ
କଥା ଦେଲି,ଡରିବିନି କେବେ ତୁମ ଗାମ୍ଭୀର୍ଯ୍ୟକୁ
ନା,ଭଲବି ପାଇବିନି ଆଉ କେବେ,
ତୁମର ସେ କଥା କୁହା ଆଖିକୁ ଓ
ନା ହିଁ ତୁମର ସେ ମିଛ ପ୍ରତିଶ୍ରୂତିଭରା
କିଛି ନକହି ବହୁତ କିଛି କହୁଥିବା ଓଠକୁ।
ହଁ.....କହିବିନି କେବେ ଆଉ
ମୁଁ ଖୁବ ପ୍ରେମକରେ ତୁମକୁ।
ହଁ ...କେବଳ ତୁମକୁ।
ପୁଷ୍ପାରାଣୀ ପଟେଲ।
ରାଉରକେଲା