STORYMIRROR

ଓଡ଼ିଆ ଗଳ୍ପ ଓ କବିତା - ୧

Romance Tragedy

3  

ଓଡ଼ିଆ ଗଳ୍ପ ଓ କବିତା - ୧

Romance Tragedy

ପ୍ରବାସକୁ

ପ୍ରବାସକୁ

1 min
14.1K


କବିସୌରଭ ଅନୁପ ସିଂହଦେବ

ରାଜା ଖଡ଼ିଆଳ


ପ୍ରବାସକୁ ଗତି କରିବାକୁ ମତି

ଅସ୍ଥିର ହୋଇଛିରେ ।୦।


ସୁରଭି ସୁମନ ବାସନା ବିହୀନ

ସୁରମ୍ୟ ଉଦ୍ୟାନ ଦିଶଇ ମଳିନ

କାଲି ଯେ ହରଷ ଆଜି ସେ ବିରସ

ନିରାଶ ହୋଇଛିରେ ।୧।


କୁମାର ପୂର୍ଣ୍ଣିମା ଶୀତଳ ଜୋଛନା

ହସେନା ମୋ ଲାଗି ସୁନ୍ଦର ଦିଶେନା

ସରସୀର କଇଁ ପଡିଯାଇ ନଇଁ

ନିସ୍ତେଜ ହୋଇଛିରେ ।୨।


ଗୁଣୁ ଗୁଣୁ ସ୍ୱନେ ପ୍ରୀତି ଭରା ଗାନ

ଗାଇ ଚୁମୁ ଥିଲା କୁସୁମ ଲପନ

କାହିଁ ସେ ଭ୍ରମର ? ଚିନ୍ତା ଜନ୍ମି ଜୋର

ହୃଦୟ ଦହୁଛିରେ ।୩।


ଅମୀୟ ମୂର୍ଚ୍ଛନା ଢାଳୁଥିଲା ବୀଣା

ବଜାଇଲେ କିନ୍ତୁ ଆଜି ସେ ବାଜେନା

ସ୍ମରିଲେ ସେ କଥା ହୃଦେ ଜନ୍ମି ବ୍ୟଥା

ବ୍ୟାକୁଳ ଲାଗୁଛିରେ ।୪।


କେତେ ମାସ ବର୍ଷ ଯାଇଅଛି ଚାଲି

ନ ପାଇ ବାରତା ବସେ ଭାଳି ଭାଳି

ନୟନରୁ ନୀର ବହି ନିରନ୍ତର

ନୟନ ଶୁଖିଛିରେ ।୫।


ସମାପ୍ତ


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Romance