ଦାନ ମାଝିର ଝିଅ
ଦାନ ମାଝିର ଝିଅ
ବ୍ରହ୍ମା କୁମାର ନିତ୍ୟାନନ୍ଦ ସାହୁ
ପତ୍ନୀହରା ଦାନମାଝି ପାଇଁ ସିନା
କାନ୍ଦିଲେ ସଭିଏଁ
ନ କାନ୍ଦିଲେ କେହି ଜଣେ
ମାତୃହରା ଝିଅଟିଏ ପାଇଁ ,
ବାପା ସାଥେ ଚାଲୁଥାଏ ଯିଏ
କାନ୍ଦି କାନ୍ଦି ପଥ ଧାରେ ଧାରେ ॥
ସ୍ତିରୀ ଶବ ବୋହି କାନ୍ଧେ
ଶ୍ରମେ ଯା ‘ର ଶୁଖିଥିଲା ଓଠ,
ସେ ଓଠରେ ହସଟିକେ ପାଇଁ
କେତେ କେତେ ଅନୁଷ୍ଠାନ
ବଢାଇଲେ ବଦାନ୍ୟର ହାତ,
ଦାନ’ର ତ ଗଲା ଅପସରି –
ଦାରିଦ୍ରର ନିଷ୍ଠୁର ଆଘାତ ॥
ପେଟର ଆଘାତ ପରା ଭରି ଯାଏ
ଖାଇଦେଇ ମୁଠାକର ଭାତ,
ଯୌନ କଷଣ କିନ୍ତୁ ନୁହେଁ ପରାହତ
ଏଥିପାଇଁ ଦାନମାଝୀ ବ୍ୟସ୍ତ ଓ ବିବ୍ରତ,
କଳା ପୁଣି ଦ୍ଵିତୀୟ ବିବାହ
ପତ୍ନୀହରା ପାଇଗଲା
ପୁଣି ପତ୍ନୀଟିଏ,
ଦାନମାଝି ଝିଅ କିନ୍ତୁ ଚାହିଁଥିଲା
ଆଶଙ୍କାର ଆକାଶକୁ,
ପଚାରିଲା ପ୍ରଶ୍ନ କେତେ
ନୂଆଁ ମାଆ ପୋଛି କି ପାରିବ
କେବେ ତା’ ଅନ୍ତର କୋହକୁ ?
କୋଠୋରିର ସେ ପାଖରୁ
ଭାସି ଆସୁଥାଏ ଧୀରେ
ନୂଆଁ ପୁଲକର ଗୀତ
ନୂଆଁ ଅହିଂସାର ସ୍ଵର,
ଏ ପାଖରେ ତାନର ସେ
କିଶୋରୀ ଝିଅଟି,
ଚାହିଁଥାଏ ରାତିସାର
ଶୂନ୍ୟ ଆକାଶକୁ,
ଶୁଣୁଥାଏ କାରୁଣ୍ୟର ଅବ୍ୟକ୍ତ ସେ
ବେଦନା ବିଧୁର ସ୍ଵର
ଶୁଣୁଥାଏ କାରୁଣ୍ୟର ଅବ୍ୟକ୍ତ ସେ
ବେଦନା ବିଧୁର ସ୍ଵର l