STORYMIRROR

Sukhada Maity

Tragedy

3  

Sukhada Maity

Tragedy

ପୌରୁଷତ୍ବ

ପୌରୁଷତ୍ବ

1 min
13.8K




ଥରେ ନୁହେଁ ବହୁଥର

ଦେଖିଚି ତୁମକୁ

କେଉଁ ସାହିତ୍ୟ ମଞ୍ଚ ହେଉ

ଅବା ସଙ୍ଗୀତ ସନ୍ଧ୍ଯା

ତୁମେ ଥିଲ ସୁନ୍ଦରୀ ଅନିନ୍ଦ୍ୟା....।।


ବିଭୋର ଥିଲି ମୁଁ

ତୁମ କଣ୍ଠ ଝଙ୍କାରେ

ଅବା ବୀଣା ନିନାଦେ

କେଉଁ ଏକ ସାହିତ୍ୟ ଆସରେ

ମଗ୍ନ ଥିଲି ତୁମ କବିତାର ସୁରେ ....।।


ରାତି ଜଗା ବିହଙ୍ଗଟେ ପରି

ଅନେକ ରାତି ହେଉ

ଅବା କେଉଁ ଏକ କଳ୍ପନାର ତୀରେ

ଭେଟିଥିଲି ନିର୍ଜନ ଦ୍ବୀପରେ

ଥିଲା ତ କେବଳ ପ୍ରୀତି ଭିକ୍ଷା ସାଥିରେ ....।।


ମୁଁ କୋଣାର୍କର ସ୍ତୁପଟେ ପରି

ଅପଲକେ ମୌନ ଥିଲି

କେଉଁ ଅନିନ୍ଦ୍ୟ ସୁନ୍ଦରୀ ହେଉ

ଅବା ତୁମେ ସ୍ବର୍ଗୀୟ ଅପସରୀ

କେବଳ ବ୍ୟସ୍ତ ଥିଲ ଆତ୍ମରତି ପାଇଁ....।।


ପ୍ରତ୍ୟାଖାନ କରିଥିଲ ଉପହାସ ଛଳେ

ମୁଁ ତଥାପି ପ୍ରଶଂସକ ହେଉ

ଅବା ଶତମୁଖ ଥିଲି

ବିମୁଗ୍ଧ ରୂପ ତୁମ କଳା ଯୌବନେ

ଆହାତିତ ଦଗ୍ଧିତ ତୁମ ପ୍ରତି ଉତ୍ତରେ ....।।


କାନେ କାନେ କହିଦେଇ ଗଲ

ସୁମନ ଯୌବନ ସୌନ୍ଦର୍ଯ୍ୟକୁ

ଉପଭୋଗ କରାଯାଏ ସିନା

ନୃଶଂସ କରେ ତୋଳିବାକୁ ମନା

ପୌରୁଷତ୍ବକୁ ଧିକ୍କାରେ ସତରେ କି ଛଳନା .....??

S.maity.......


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Tragedy