STORYMIRROR

Ram Prasad Bisoi

Tragedy

3  

Ram Prasad Bisoi

Tragedy

ଅଳ୍ପ ଅଳ୍ପ-୧୦୦

ଅଳ୍ପ ଅଳ୍ପ-୧୦୦

1 min
13K



ମୁଁ କିନ୍ତୁ ଫେରିବି ନାହିଁ

ତୁମ

ସ୍ୱାଧୀନ ଚିନ୍ତାଧାରା

ଭିତରକୁ--------!

ଭୋକ,

ଏଠି ସେଠି ସବୁଠି,

ସୀମିତ ଯେମିତି

ତାରି

ପରିଭାଷା,

ଆଜି

ସ୍ୱାଧୀନତା ଦିବସ,

ସକାଳ କାର୍ଯ୍ୟକ୍ରମ ଭିତରେ

ଅନ୍ତର୍ଗତ ଥିଲା

ପ୍ରାତଃଭ୍ରମଣ ,ମାଲ୍ୟାର୍ପଣ

ଆଦି ଇତ୍ୟାଦି ଇତ୍ୟାଦି

କିଛି ଖଦି,କିଛି ଗାନ୍ଧୀ ଟୋପି

ଅକାଳେ,ସକାଳେ ଶୁଣିବାକୁ ମିଳୁଥିବା କିଛି ଦେଶତ୍ମାକବୋଧ ସଙ୍ଗୀତ ସହ ଭେଟ ହେଲା

ଭୋକର,

ସହର ଠାରୁ ପଲ୍ଲୀ ପର୍ଯ୍ୟନ୍ତ

କାନ୍ଦୁଥିଲା

#ଭୋକ,

ପଚାରି ପଚାରି କୁଆଡେ ଗଲା

ତୁମ

#ବିକାଶରପାଞ୍ଚବର୍ଷ

ମୁଁ ଏବେ ବି ତ ଏଠି ସେଠି ସବୁଠି ନାଚୁଛି

ସହର ତଳିରେ ଠୁଳ ହୋଇ ରହିଥିବା

ଆବର୍ଜନାର ଆଖିର

ପଚାଷଟି ଟଙ୍କା ବିନିମୟରେ ବୁଢ଼ୀ ରୂପଜୀବିର ଖିଲି ଖିଲି ହସ ଭିତରେ,

ଭୋକ !

ମୁଁ ଏଠି ସେଠି ସବୁଠି ରହିଛି, ରହିଥିବି

ଯେତେଦିନ ପର୍ଯ୍ୟନ୍ତ

ସ୍ୱାଧୀନତା

ନିଃସଙ୍ଗ ଶବ୍ଧଟିଏ କେବଳ ମାତ୍ର

ହୋଇ ରହିଥିବ--------------!

©®କାଶ୍ୟପ

ରାମ ପ୍ରସାଦ ବିଶୋଇ

ରାୟଗଡା---!


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Tragedy