STORYMIRROR

Narendra Sahu

Inspirational Tragedy

3  

Narendra Sahu

Inspirational Tragedy

ବାପାଙ୍କ ସ୍ମୃତି

ବାପାଙ୍କ ସ୍ମୃତି

1 min
14.2K


ଏଠି ରାତି ହେଲେ ତାରକାଙ୍କ ମେଳେ

ତୁମେ ମନ ପଡ ବାପା।

ପ୍ରତିଟି ତାରକା ଲାଗେ ସ୍ମୃତି ରେଖା

ସ୍ମୃତି ଯେ ତୁମ ଅଛପା।।

ସ୍ମୃତି ତମ ଆଜି ବିଜୁଳିଟେ ସାଜି

ଝଲସେ ମନ ମେଘରେ।

ପାଇଛି ପାଇଛି ସେ ସ୍ମୃତିରୁ ଆଜି

ଜାଗା ଖଣ୍ଡେ ହୃଦୟରେ।।

ନିଶ୍ଚଳ ଅବୋଧ ହୃଦୟଟା ମୋର

ପାରିଲାନି କାହିଁ ବୁଝି।

ଅନୁତାପ ନିଆଁ ଜଳେ ହୃଦୟର

ପାଏ ନାହିଁ ତାକୁ ଖୋଜି।।

ତୁମେ କ୍ଷମାମୟ ଆହେ ପିତୃଦେବ

ଦେବ ଟିକେ କ୍ଷମା କରି।

କଠୋର ହୃଦୟ ତରଳାଇ ଦେବ

ଝରାଇ ଆଶିଷ ବାରି।।

ହୃଦୟର ଶୂନ୍ୟତା କହେ ତୁମ କଥା

ଆସି ଥରେ ଦେଖି ଯାଅ।

ସୁପ୍ତ ହୃଦୟକୁ କରିଦିଅ ଚେତା

ହୃଦେ ଚେତନା ଚେତାଅ।।


ନରେନ୍ଦ୍ର ସାହୁ,ଡଭାର,ଗଂଜାମ


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Inspirational