Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

Priyanaka daya Kari nema kyha

Classics Crime Others

4  

Priyanaka daya Kari nema kyha

Classics Crime Others

ସମର ଉଇଣ୍ଟର ଫନ -ବିଜୟର ଧ୍ଵଜା

ସମର ଉଇଣ୍ଟର ଫନ -ବିଜୟର ଧ୍ଵଜା

2 mins
183



ଭାରତ ମାତା କି ଜୟ, ମହାତ୍ମାଗାନ୍ଧୀ କି ଜୟ ଶୁଭିଲାଣି, 


ଏକା ସ୍ୱର ଆସିଛି ଆସିଛି ପରା ସ୍ୱାଧୀନତା ଦିବସ ।


ହାତରେ ଧରି ତ୍ରିରଙ୍ଗା ବାନା ବାହାରିଲେଣି ଭାରତ ସେନା, 

ଦେବାକୁ ସେ ଜବାବ ଆରେ ପଡୋଶୀ ଦେଶ ରଣ ଭୂମି ରେ ତ ।


କାଶ୍ମୀର ପାଇଁ ପାକିସ୍ତାନି କରିଅଛି ଏତେ ନାଟ ଧରି ସେ, 

ସନ୍ତ୍ରାସ କରି ଚାଲିଛି ସର୍ବ ନାଶ, ଯାହାକୁ ଧରେ ସେ ତ ।


ଆମ ଦେଶର ବୀର ପୁରୁଷ ତେଜି ଲେଣି ଧରି ମଶାଲ ତାର 

ରାତ୍ର ରାତ୍ର ହୋଇ ଅନିଦ୍ରା ସନ୍ତ୍ରାସ ବାଦୀ ଠାରୁ ଦିଅନ୍ତି ସୁରକ୍ଷା ।


ଏକ ପ୍ରାଣ ଏକ ମନ ହୋଇ ସଭିଏଁ ତଡି ଥିଲେ ସେ ବିଦେଶୀ, 

ତୁ କି ଆମ ବୀର ଜାତି ର ଜାଣି ନାହୁଁ କେତେ ଶକତି ।


ସଭିଏଁ ହୋଇବେ ଏକକାର ଜାଣିବେ ତୋ ସ୍ବର୍ଣ୍ଣ ଲଙ୍କା ପୁର 

ହୋଇବୁ ନାଶ ଉଡ଼ିବ ତୋ ଦେଶରେ ଆମର ବିଜୟର ଧ୍ଵଜା ।


ଶହେ ଘୋଡା, କୁ ଶହେ ହାତୀ, ଏକା ଲଢ଼ିବ ସେ ମହାରଥି, 

ଆରେ ଜାଣିନୁ ପଖାଳ ଖିଆ ଆମେ ଓଡ଼ିଆ ଜାତି ।


ସୁରୁଜ ପରି ଜଳେ ଚଦ୍ର ପରି ଢାଳେ ଶୀତଳ, ଦେଖିଲେ ସାଥି, 

ଶତ୍ରୁ କୁ କରେ କିରଣ ପରି ଜାଳି ଦିଏ ତାର ଅମର ଜ୍ୟୋତି ।


ଆରେ ମୋ ପଡୋଶୀ ଦେଶ ଜଣା ନାହିଁ ତତେ ଧର୍ମ ର ତେଜ, 

ଯେତେ ବି କରିବୁ ଚକ୍ରାନ୍ତ ତୋର ନିଜେ ହି ହବୁ ନାଶ ।


ଇତିହାସ ଅଛି ସାକ୍ଷୀ ନିଜକୁ ବଳି ଦେଇଛି ସେ ବୀର ନାରୀ ଟି, 

ଜୀବନ୍ତ ଜଳିଛି ସତ ଛୁଇଁ ପାରିନି ସେ ବିଦେଶୀ ହାତ ।


ଆମର ମନ୍ତ୍ର, ଆମର ଶକ୍ତି, ଆମେ ହେଲୁ ଓଡ଼ିଆ ଜାତି 

ଦେବୁ ଜୀବନ ହେଲେ କରି ଥାଉ ତାହା ଦେଇ ଥାଉ ବଚନ ।


ତୋ ପାଖରେ ଅଛି ଗୁଳି ବନ୍ଧୁକ ଟି ଆମ ପାଖରେ ସେ କବିତା 

ଶକ୍ତି ଯାହାକୁ ବାପୁଜୀ ଗାଇ ଥିଲେ ରଘୁପତି ।


ଗଲେ ପଛେ ଯାଉ ଜୀବନ ଆମେ ଛାଡ଼ିବୁନି ରହିଲା ପଣ 

ଦବୁ ନାହିଁ ଆମ ଦେଶର ମାଟି ଯାହାକୁ ନବାକୁ ରଖିଛୁ ମନ ।


ପାକିସ୍ତାନି ନବ ଆମ ଦେଶର ମାଟି ଛାଡି କି ଦବୁ ଆମେ ଓଡ଼ିଆ ଜାତି ।


           


Rate this content
Log in

Similar oriya poem from Classics