ମାନ ମରା ଜଗନ୍ନାଥ
ମାନ ମରା ଜଗନ୍ନାଥ
ଶୁଣିବାକୁ ପାଇଲି ହବନି ତୋ ଘୋଷ ଯାତ,
କିରେ ଜଗା ଗୁଣ୍ଡିଚା ମନ୍ଦିର ଯିବୁନି ଏ ବରଷ ||
ମାଆ ଅଧା ମାଉସୀ ପା ବସିଛି ତୋ ବାଟ ଚାହିଁ,
କିରେ ମାଆ ଉପରେ ବି କରୁଚୁ ରୁଷ୍ଟ ତୁହି ||
କ୍ଷମା କର କ୍ଷମା କର ତ୍ରାହି ତ୍ରାହି ଶୁଭିଲାଣି,
ବଡ଼ ଦାଣ୍ଡ ଦୁଲୁକିବ ସେ ସମୟ ଆସିଲାଣି ||
ତୁ ଚାହିଁଲେ କ୍ଷଣିକେ ଯିବ ସବୁ ବଦଳି,
ପୁରୀରେ ଶୁଭିବ ପୁଣି ଘଣ୍ଟ ହୁଳହୁଳି ||
ନାଚି ନାଚି ଆସେରେ ଜଗା ଭକ୍ତ ମେଳେ,
କାହିଁ ମାନ ମାରି ଅଛୁ ସେ ଗଭୀର ରେ ||
ଆସିଛି ଭାରି ମୁଁ ଦେଖିବି ବୋଲି ଘୋଷ ଯାତ,
ଅଧା ବାଟରୁ ଫେରିଲେ ସହି ପାରିବିନି ଲୋକ ଙ୍କ ଉଚ୍ଚାଟ||
ଦେଖିବି ସେ ତିନି ରଥେ ବିଜେ ତ୍ରିମିର୍ତ୍ତି,
ନାଚି ନାଚି ଗଡି ଯିବିରେ ତୋ ବଡ଼ ଦାଣ୍ଡ ରେ ଟି ||
ଜାଣିଚି ତୋ ରଥ ହବରେ ଟଣା,
ତୋ ଭକ୍ତ ଙ୍କ ମନଙ୍କୁ କରିବୁ କି ଉଣା ||
ଝୁଲିଝୁଲି ଆସିବ ମୋ କାଳିଆ ରଜା ଟି,
ବଡ଼ ଦାଣ୍ଡ ରେ ଭକ୍ତ ତୋର ଯିବେ ନାଚି ନାଚି ||
ରଥ ରେ ବସିବ ମୋର ସେ କଳାବାବନ,
ଦେଖି ଦେଲେ ପୁରି ଯିବ ମୋହରି ମନ ||
କହେ ହରି ଦାସ କିସ ପାଇଁ ଏତେ ରୁଷ,
ତୁହି ପରା ପିତା ଅଟୁ ଏ ସାରା ବିଶ୍ୱ ତୋର ||
