ଦ୍ରୋଣ ବାଣୀ
ଦ୍ରୋଣ ବାଣୀ
ବିଦ୍ୟା ଅଟେ ମହା ମୁକ୍ତି,
ସଂସାରରେ ସେ ବଡ଼ ଶକ୍ତି,
ଯାହା ପାଇଥିବ ଯତନ୍ତେ ଅତି,
ସାଇତା ହୋଇଥିବ ସାରା ଜୀବନଟି ||
ମହାଭାରତରେ ସେ ଶୁଦ୍ରର ପାଇଥିଲା ଆସନ,
ଶୁଦ୍ର ବୋଲି ତାକୁ ମିଳି ନଥିଲା ସ୍ଥାନ,
ନିଜକୁ ନିଜେ କଲା ଏକଲବ୍ୟ କଲା ସ୍ଥିର,
ବୋଲାଇଲା ସେ ମହା ଧନୁ ବୀର ||
ରାମାୟଣରେ ରାବଣ ଥିଲା ବ୍ରାହ୍ମଣ ଜାତିର,
ମହା ପଣ୍ଡିତ, ସାଧକ, ଯଜ୍ଞ ସ୍ୱରୂପ,
ସ୍ୱୟଂ ରାମ ଡକାଇ ଥିଲେ ସେତୁ କରିଥିଲା ପ୍ରତିଷ୍ଠିତ,
ମୃତ୍ୟୁ ସମୟ ଲକ୍ଷ୍ମଣଙ୍କ କର୍ଣ୍ଣରେ ଭରିଲା ଗୁରୁ ବେଦ||
ଥିଲା ସେ ମହା ମୂର୍ଖ କାଳିଦାସଟି,
ନିଜେ ଯୋଉଠି ବସେ ହାଣେ ସେହି ଡାଳଟି,
ଏପରି ବର ପୁତ୍ର ମାତା ସରସ୍ୱତୀଙ୍କର ସେହି,
ମୂର୍ଖରୁ ହେଲେ ମହା ପଣ୍ଡିତଜ୍ଞ ପାରିଲେ ନାହିଁ କେହି,||
ଥିଲେ ଏହି ମାଟିର ସେ ପୁତ୍ର ମଣି,
ଖଣ୍ଡିଏ କାଠିରେ ଗଣୁ ଥିଲେ ପର୍ବତ ଉଞ୍ଚାତା ପୁଣି,
ସେହି ପକ୍ଷୀର ଉଡ଼ନ୍ତା ତାରାର ଗତି,
ଲେଖି ଥିଲେ ନୂଆ ପାଞ୍ଜି ଏମିତି ||
ଲେଖିଲେ ସରିବ ନାହିଁ ଯାହା ଯାହା କୃତିତ୍ୱ,
ଏହି ଓଡ଼ିଆ ମାଟିର ସେମାନେ ବୀର ପୁତ୍ର,
ଯାହା ଯାହା ଥିଲା ସେମାନଙ୍କ ଭିତରେ ଜ୍ଞାନର ସୀମା,
ସରିଛି ନା ସରିବ ଏ ଓଡ଼ିଆର ଗାରିମା ||