STORYMIRROR

Sunanda Mohanty

Abstract Thriller

4  

Sunanda Mohanty

Abstract Thriller

ଭିଜା ଭିଜା ବର୍ଷାଦିନ

ଭିଜା ଭିଜା ବର୍ଷାଦିନ

1 min
273


ଭିଜା ଭିଜା ଏଇ ବର୍ଷା ଦିନ

କପେ ଚା ପାଇଁ ଭାରି ମନ

ସାଧବ ବୋହୁର ଆଗମନ

ତୁଷା ଓ ତୃଷ୍ନାର ସମାପନ

ସବୁଜ ବିଭବ ବୈଭବ ଦାନ

ଭିଜା ଭିଜା ଏଇ ବର୍ଷାଦିନ

ମନେ ପଡେ ଅଝଟ ପିଲାଦିନ

ଡ଼ଙ୍ଗା ଭସାଇ ଓଦା ହେବା ମନ

ବୋଉ ବାପାଙ୍କ ଆକଟ ସେଦିନ

ମନେ ପଡେ ଆଜି ହୃଦ ଦହନ

ଆଜି କଥା କାଲି ହେବ ସପନ

କାଲି କଥା କିଏ ଜାଣେ ଜୀବନ

ଭିଜା ଭିଜା ଏଇ ବର୍ଷା ଦିନ

ଆଖିରେ ଅନେକ ସ୍ବପ୍ନମାନ

ସବୁ ସପନ କୁ କାହିଁ ରାତି ଦିନ

ଭାଙ୍ଗି ଯାଏ ମନ ସ୍ମୃତି ସଘନ

ଭିଜା ଭିଜା ମନ ଏ ବରଷା ସନ

ଜଗାଏ ଜାଗୃତି ସମ୍ବେଦନ

ଅଳି ଆଉ କଳି ଫୁଟି ଉପବନ

ବାସ ଚହଟାଇ ଫେରେ ଫଗୁଣ

ଭୁଲିଯା ବରଷା ମାନ ଅଭିମାନ

ରାତି ଚଇତାଳି ହୁଏ ଭାଳି ଆଗମନ

ଭିଜା ଭିଜା ମାଟି ଚାଷୀ ବେଉଷଣ

ବରଷା ବତାସ ବିଜୁଳି ସଘନ

ଭିଜା ଭିଜା ବର୍ଷା ଆଣି ଶ୍ରାବଣ

ଗାଏ ମଲ୍ହାର ପିଏ ମହୁଲ ଅକାରଣ

ସେଇ ପରଂବ୍ରହ୍ମ ନାମ ଏକା ଭଜ ତୁ ମନ

ଯିବା ଚାଲ ମନ ପୁରୀ ଭୁବନ

କେମିତି ଅଛନ୍ତି ଜଗା ନିଜ ସଦନ

ଭିଜା ଭିଜା ଏଇ ବରଷା ଦିନ

ଝୁରୁଛନ୍ତି କି ସେ ଗୋପପୁର ଅବା ବୃନ୍ଦାବନ ।।


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Abstract