STORYMIRROR

Raja Sekhar CH V

Classics Inspirational Thriller

4  

Raja Sekhar CH V

Classics Inspirational Thriller

ଦୀପ୍ତ ଦୀପାବଳି

ଦୀପ୍ତ ଦୀପାବଳି

1 min
286

କାନ୍ତିପ୍ରଦ ଉଦ୍ଦୀପକ ଯେ ଦୀପ୍ତିମାନ ଦିବ୍ୟ ଦୀପକ,

ଅନ୍ଧାରରେ ହେଲେ ଉଜ୍ଜ୍ୱଳ ପ୍ରଭାକରଙ୍କ ପ୍ରତୀକ,

ଜାଜ୍ୱଲ୍ୟମାନ ଜ୍ୟୋତିରୁ ଆଚ୍ଛନ୍ନ ହୁଏ ଆଲୋକ,

ଅନ୍ଧକାରେ ଯିଏ ହୁଏ ଚରମୋତ୍କର୍ଷ ପଥପ୍ରଦର୍ଶକ,

କୁହୁକ ପ୍ରଦୀପ ସତତ ଯେ ଜ୍ଞାନ ପ୍ରଜ୍ଞାନ ପ୍ରଦାୟକ।୧।


ଦୀବାବଳି ସାୟାହ୍ନେ ଦିଶନ୍ତି ଭବ୍ୟ ନବ୍ୟ ଦୀପମାଳିକା,

ଦୀପଦଣ୍ଡୀ ଦୀପଗୃହଙ୍କୁ ସୁସାଧ୍ୟ କରନ୍ତି ଦୀପଶଳାକା,

ସମସ୍ତ ଘର ଦୁଆରକୁ ଆଲୋକିତ କରନ୍ତି ପ୍ରକାଶିକା,

ଦେଦୀପ୍ୟମାନ ହୁଅନ୍ତି ଦୈବିକ ଦୀପ ଦୀପାଳି ଦୀପିକା,

ଅମାବାସ୍ୟାରେ ଭୂଇଁକୁ ଆସନ୍ତି ତରୁଣ ଅରୁଣ ତାରକା ।୨।


ସର୍ବଜନ ଆନନ୍ଦ ସାନନ୍ଦରେ ପାଳୁଛନ୍ତି ଦୀପ୍ତ ଦୀପାବଳି,

ଶ୍ରୀମହାଲକ୍ଷ୍ମୀଙ୍କୁ ସମର୍ପଣ କରୁଛନ୍ତି ସଦୀପ୍ତ ଦୀପାଞ୍ଜଳି,

ପୂଜାର୍ଚ୍ଚନା ଅଙ୍ଗୀକାର କରନ୍ତି ମହାଦେବୀ ଶ୍ୟାମାକାଳି,

ବଡ଼ବଡ଼ୁଆ ଡାକ ଦ୍ୱାରା ହୁଏ ପୂଜ୍ୟ ପୂର୍ବଜଙ୍କୁ ଶ୍ରଦ୍ଧାଞ୍ଜଳି,

ଜ୍ୱଳନ୍ତ ଜଗତ ହେତୁ ଜୟନ୍ତ ଜଗାବଳିଆଙ୍କୁ ଅଳି ଅଞ୍ଜଳି |୩।



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Classics