ଗୁଣ୍ଡିଚା ମାଆ ର ପତ୍ର
ଗୁଣ୍ଡିଚା ମାଆ ର ପତ୍ର
ଗ୍ରୀଷ୍ମ ଦାଉରେ ଭୂଇଁ ଥିଲା ଟାଙ୍ଗରା,
ସୁଯ୍ୟ ଙ୍କ ମନରେ ଦୟା ଆସିଲା,
ଦେଖି ଏହି ଧରା ର ବିକଳତା,
ଜଳ ଢାଳିଲା ଆକାଶ ପରା ।
କିମ୍ବା କରିବି ଚାଷ ସବୁ ତ ନାଶ,
ଦେଖି ଦେଖି ଖାଲି ଦିନ ଗଲାତ,
ଆସିଛି ପୂରୀ ରୁ ଖବର ନେଇ ସେ ଦୂତ,
ଗୁଣ୍ଡିଚା ରାଣି ର ସେ ସାମନ୍ତ ।
ଆଗକୁ ଆସୁଛି ଗୁଣ୍ଡିଚା ଯାତ,
ଭାଇ ଭଉଣୀ ଆସିବେ ରଥ ଚଢିତ,
ନଅ ଦିନ ପାଇଁ କାଳିଆ ମୋର,
ମାଉସୀ ଘର ଙ୍କୁ ଆସିଛି ଛାଡି ତା ଶ୍ରୀମନ୍ଦିର ।
ଘରଣୀ ମୋର ହାତ ଙ୍କୁ ଠାରି,
ଉଠ ହୋ ଆଉ ଡେରି ନ କରି,
ଧର ସେ ଲଙ୍ଗଳ ଜୁଇ,
କାଳିଆ କସରା ଙ୍କୁ ସଜ କଲିଣି ।
ଅକ୍ଷୀଧାନ ମୁଠି ଦୁଇ ଧାର କରି,
ଧାନ କ୍ଷେତେ ଦେଲି ବିହନ ବୁଣି,
ଆଗକୁ ଆସୁଛି ଗୁଣ୍ଡିଚା ଯାତ,
ପାଞ୍ଚ ମାଣେ ଚାଉଳେ ହୋଇବ ଭାତ ।
ଗୁଣ୍ଡିଚା ମାଆ ତାର ମନଙ୍କୁ ଜାଣି,
କହିଚି ମତେ ଏମନ୍ତ ପୁଣି,
ବେଳ ଥାଉ ଥାଉ ଆଣି,
ଦେବୁରେ ଚଷା କଉଡ଼ି ଦେବି ମନ ଭରିକା ।
କହିଚି ପୁଣି ପକାଇ ଗଣ୍ଠି,
ଭୁଲିବୁନି ରେ ଚଷା ମୋର ଏଇ କଥା ଟି,
ପୋଡ଼ ପିଠା ରେ ତାର ଭାରି ସରାଗ,
ଆଣିବୁ ଅରୁଆ ଧାନ ଙ୍କୁ ଢ଼ିଙ୍କି ରେ କୁଟି ।
ବିହନେ ଗଜା ହୋଇଲା,
ବରଷା ଦେଖି କେରି ରୋଇବା,
ଧାନ ରୁ ବାଛିଲି ଧାନ ର ବେଣ୍ଟ,
ଏଥର ଶଗଡ଼ ସଜ କର ।
ବାଛିଲି ଵାରୀରୁ ନଡ଼ିଆ ଦେଖି ପାଣି,
ଦାସିଆ ବାଉରୀ ନୁହେଁ ମୁଁ ଏକଥା ଜାଣି,
ନଡ଼ିଆ ରେ ଥିଲା ତିନୋଟି କଣା,
ଜଗା, ବଳିଆ, ସୁଭଦ୍ରା, ଙ୍କୁ ହିଁ ଜଣା ।
ଶଗଡ଼ ଗାଡି ମୋ ଗଡ଼ିଲା ଏଥର,
କାଳିଆ କସରା ଗଳାରେ ଘଣ୍ଟି ର ମାଳ,
ଦେଖି ପାଗ ଯୋଗ ଅନୁକୂଳ,ତ
ଚାଲିଲି ଏଥର ଗୁଣ୍ଡିଚା ପିଠ ।