STORYMIRROR

Sunanda Mohanty

Romance Fantasy Thriller

4  

Sunanda Mohanty

Romance Fantasy Thriller

ଶୀତ

ଶୀତ

1 min
267

ଆଜିକାଲି ଅନୁଭବରେ ତୁ ଏକମାତ୍ର 

ତୋ ସ୍ପର୍ଶରେ ବିଭୋର ସାରା ଜଗତ୍ର 

ଅନୁଭବର ଠାକୁର ଓଢଣୀ ଲାଗି 

ଦିଶନ୍ତି ସୁନ୍ଦର ଆଖି ଯାଏ ଲାଖି 

ପ୍ରତିଟି ରାତିର ସଞ୍ଜ ନଇଁବା ପୁର୍ବରୁ 

ଆସୁ ନିବିଡ଼ତା ଭରି ସେଇ ମୁହୂର୍ତ୍ତରୁ 

ତୋ ଭଳି ସ୍ପର୍ଶ କହ କିଏ ଦେବ 

ତୋ ଭିତରେ ପ୍ରେମଫୁଲର ଫଲଗୁ ବୈଭବ

 କହ ଏତେ ଭଲପାଇବା କୋଉଠୁ ପାଇଲୁ 

କା ପାଇଁ ସଖି ଅବା ସଖା ନିଜକୁ ସଜାଇଲୁ 

ଅବଗୁଣ୍ଠନ ବତୀ ପରି ଆସୁ ଥିରି ଥିରି 

ତତେ ପାଇ ହୃଦୟ ହଲଚଲ ଯାଏ ଥରି 

ତୋ ଭିତରେ ଏତେ ଛନ୍ଦ ଲୟ ଅଳଙ୍କାର 

ଭଲଲାଗେ ବିଞ୍ଚୁ ଥାଉ ସୋହାଗ ଅବୀର 

କେବେ ଅଭ୍ୟର୍ଥନା ଭିତରେ ଅନ୍ତର୍ଦାହ ଆଣୁ 

ପୁଣି ଚାଲିଯାଉ ମୁହୂର୍ତ୍ତକେ ଦିନ ଗଣୁ ଗଣୁ 

 ସ୍ମୃତି ଛାଡିଯାଉ ହୃଦୟେ ଅନେକ ଅନେକ 

ବିସ୍ମୟ ପଲକ ଖୋଜେ ଆସନ୍ତୁକି ଅଚାନକ

ଭଲଲାଗୁ ଲାଜବତୀ ମଉନାବତୀ ଶୀତ 

ପାଗଳପ୍ରେମୀ ଟିଏ ବୁଝୁ ଜୀବନ ସଂଗୀତ


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Romance