STORYMIRROR

Chittaranjan Nanda

Crime Fantasy Others

3  

Chittaranjan Nanda

Crime Fantasy Others

ଦୁର୍ଗତି ନାଶିନୀ

ଦୁର୍ଗତି ନାଶିନୀ

1 min
155


ଧରମର ନାଲି ଚଷମା ବାହାର କରି ଦେଇ

ନିରେଖି ଦେଖିଲେ

ପାଇବା ଆମେ ଭାରତର ଆତ୍ମାକୁ ଯନ୍ତ୍ରଣା 

ଜର୍ଜରିତ ଏବେରେ ।୧। 


ନାହିଁ ଆଉ ହିନ୍ଦୁଭାବନାର ମାନବୀୟ ନୀତି, 

ସଂସ୍କୃତି ଓ ସଂସ୍କାର

ଅଖଣ୍ଡ ସ୍ବାଧୀନ ଭାରତର ସବୁ ସ୍ବପ୍ନ ହୋଇଛି 

ତ ଛାରଖାର ।୨। 


ଦେଶ ପ୍ରେମର ବହ୍ନିରେ ଦିନେ ଆମ ମନ୍ତ୍ର ଥିଲା 

'କର ଅବା ମର'  

ଶୁଣୁଛେ ଦିଗହରା ଭାଷଣ, ଭରିଛି ଖାଲି 

ମିଛ ପ୍ରତିଶ୍ରୁତିର ।୩। 


ସେବା ନାଁରେ ଚାଲେ ଏଠି ଯେତେ ତ

ସର୍ବଗିଳା ଅଭିଯାନ

ଭିତରେ ଗୁପ୍ତ କାର୍ଯ୍ୟକ୍ରମ, ନାହିଁ ଚାକିରି

ର ସଂସ୍ଥାନ ।୪। 


ଅନ୍ନଦାତା ବେକରେ ଫାଶୀ ଲଗେଇ, 

ଆତ୍ମହତ୍ୟା କରୁଛି

ଆକାଶ ଚୁମ୍ବି ଅଟ୍ଟାଳିକା ମଦ ଓ କଳା 

ବେପାରୀ ଗଢୁଛି ।୫। 


ଷଡଯନ୍ତ୍ର ନୀତିରେ ଚାଲନ୍ତି ସରକାରୀ

ରାଜନୈତିକ ଦଳ ଏଠି

ମାଟି ନୁହେଁ, ପାର୍ଟି ବଡ଼, ଜନତାଙ୍କୁ 

ଭଣ୍ଡି ଭୋଅଟ ହାତାନ୍ତି ।୬। 


ଉତ୍ସବ ମୁଖର ହୋଇ ନାଚନ୍ତି ଲୋକେ 

ପୁର ପଲ୍ଲୀ ଠୁଁ ସହର 

ଆନନ୍ଦିତ ପ୍ରାଣରେ ବିଭୋର ହୋଇଛନ୍ତି 

ଦେଶବାସୀ ମୋର ।୭।


ସତ୍ୟର ହେବ ବିଜୟ ଅସତ୍ୟ ଉପରେ,

ନାଶିବେ ଅଧର୍ମକୁ 

ଦୁର୍ଗତି ନାଶିନୀ ମହିଷା ମର୍ଦ୍ଦିନୀ ବିନାଶିବେ 

ସରବ କଳୁଷକୁ ।୮।


କମ୍ପୁଛି ଦେଶ ବାଜା ଝାଞ୍ଜ ମୃଦଙ୍ଗ ଓ ଜୟ 

ଜୟକାରର ଧ୍ଵନୀରେ

ବିଜେ ହୁଅ ଦୁର୍ଗତି ନାଶିନୀ,ସର୍ବଗିଳାଙ୍କୁ ନାଶି 

ଭର ବିଶ୍ୱାସ ଜନତା ମନରେ।୯।



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Crime