STORYMIRROR

Rabindra kumar Sahoo

Abstract Crime

4  

Rabindra kumar Sahoo

Abstract Crime

ଅହଂକାର

ଅହଂକାର

2 mins
251


ଶତଚେଷ୍ଟା କରି କରି

ସମାଜ ସଂସ୍କାରକୁ

ଆମେ ତୁଣ୍ଡେ ଧରି

ଆଦର୍ଶ ପତାକା ମୁଣ୍ଡେ ଧରି

ଝୁଲାରେ ଆମର ରଖି ଛୁରୀ

ନୀତି ବୋଲୁଥାଉ ରାମ ହରି

ଆମେ ବଡିମା ଦେଖାଉ

କିଏ ଅଛି କୁହ ଆମ ପରି ?

ମନୁ ଓ ହୃଦୁ ତୁଟାଇନୁ ଆମ ଅହଂକାର

ଯେହେତୁ ଆତ୍ମ ବଡିମାରେ ଭାବେ ଆମେ

ଆଉ ଅଛି କେ ଆମ ପରି

ଆମେ ବିଶ୍ଵାସ କରୁଛୁ ସଭିଏଁ ମୁଁ ରେ

ଯେହେତୁ ଆମେ ଅହଂକାରୀ ।


ସମାଜ ସେବା ଓ ଦେଶ ସେବାର

ଖୋଳପା ତଳେ ରହି

ମିଠା ମିଠା କଥା ଲୋକଙ୍କୁ କହି

ଗାନ୍ଧୀବାଦ, ଗଣତନ୍ତ୍ର ଓ ସାମ୍ୟବାଦର

ଗଦାଗଦା ଉଚ୍ଚକୋଟୀର ଓ ଓଜସ୍ଵିନୀ

ଭାଷଣମାନ ଦେଇ

ବାସ୍ତବ କ୍ଷେତ୍ରେ ସ୍ଵାର୍ଥପରତାରେ

ବିଶ୍ଵାସ ରଖି

ସଭିଏଁ ଚାହାଁନ୍ତି

ହେବା ପାଇଁ ପୁଞ୍ଜିପତି

କିଏ ସମାଜ ସେବା ନାଁରେ

ସାଜୁଛି ଲୁଣ୍ଠନ କାରୀ

କ୍ଷମତାର ମୋହ ଆମେ ଛାଡିନୁ

ଯେ ହେତୁ ଆମେ ସଭିଏଁ

ଗୋଟିଏ ଗାଆଁର ଗୋଟିଏ ମା'ର ସନ୍ତାନ

ବନିବାକୁ ଚାହୁଁହେବା ପାଇଁ

ସଂସ୍କାରକ ସମାଜର

ହେଲେ ମନୁ ତୁଟୁ ନାହିଁ

ମୋହ ଆମ ମୁଁ ଓ ମୋର

ମନେ ଓ ହୃଦେ

ଭରିଛି ଆମର ଅହଂକାର ।


ମୁଁ ତ୍ଵରେ ବିଶ୍ଵାସ କରନ୍ତି

ବହୁ ଉଚ୍ଚ ଶିକ୍ଷିତ, ସମାଜ ସେବୀ

କବି, କବୟିତ୍ରୀ, ଲେଖକ ଓ ବୁଦ୍ଧିଜୀବି

ସମାଜେ କୁଆଡ଼େ

ସେମାନେ ଆଣିବେ ସଂସ୍କାର

ନିଜ ମନ ଓ ହୃଦୟକୁ ପ୍ରଥମେ ସ୍ଵଛ କର

ପରିବାର ମୋହ ମାୟାରୁ ନିଜକୁ ମୁକ୍ତ କର

ମନୁ ଓ ହୃଦୁ ପରିତ୍ୟେଜ କର

ନିଜ ଆତ୍ମବଡିମା ଓ ଅହଂକାର

ମନକୁ ନିଜର ନିୟନ୍ତ୍ରଣ କର

ସଂଘ ଓ ସଂଗଠନ ରେ ଯଦି

ତୁମେ ବିଶ୍ବାସ କର

ପରିତ୍ୟାଗ କର

ମନୁ ଗର୍ବ ଅହଂକାର ।


ଈଶ୍ଵର ମଣନି କେହି ନିଜକୁ ବିଶ୍ଵର

ପୁଞ୍ଜିବାଦର ଛତ୍ର ଛାୟା ତଳେ ରହି

ନ ଚିନ୍ତ କେବେ କେ

ପ୍ରତିଷ୍ଠା କରିବାକୁ ସାମ୍ୟବାଦର

ସମ୍ଭ୍ରାନ୍ତ ବାଦ, ସାମ୍ରାଜ୍ୟ ବାଦରେ

ବିଶ୍ଵାସ ରଖି ଦେଖାଅ କିଆଁ

ମିଥ୍ୟା ସାମ୍ୟବାଦ ଆଦର୍ଶର

କାୟା ମନୋ ବାକ୍ୟରେ

ଚିତ୍ତକୁ ବାରେ ସ୍ଥିର କର

ଭଣ୍ଡ ତପସ୍ଵୀର ଦୀକ୍ଷା ନେଇ

ମୁଖେ ହରି ନାମ ପୁଣି ଧ୍ୟାୟୀ

ଦୁଷ୍କର୍ମରେ କିଆଁ ଧ୍ୟାନ କର

କହୁଛ ପରା ତୁମେ ସାମ୍ୟବାଦୀ

ସମାଜ ସେବକ, ତ୍ୟାଗୀ

ତେବେ ମନେ ରଖିଅଛ

କିଆଁ ଗର୍ବ ଅହଂକାର ?


ମନୁ ତ୍ୟାଗ କରି କୁସଂସ୍କାର ଓ ବିକାର

ସତ୍ୟ, ନ୍ୟାୟ ଓ ଧର୍ମରେ

ତିଳେ ବିଶ୍ଵାସ କର

ନ କର ହିଂସା, ଈର୍ଷା ପରାୟଣ

କେବେ ନ ହୁଅ ପରଶ୍ରୀକାତର

ମନ ଓ ହୃଦୟକୁ ଦୃଢ କର

ଯିଏ ଚାହୁଁଛି ଦେଶ ସେବିବାକୁ

ସିଏ ଚାହୁଁଛି ପ୍ରଗତି ସମାଜର

ତାକୁ ନିରୁତ୍ସାହିତ ନ କରି

ପ୍ରୋତ୍ସାହିତ କରି

ସଭିଏଁ ମିଳିମିଶି ଦେଶେ ଓ ସମାଜେ

ଆଣିବା ଆସ ସଂସ୍କାର

ସଂକୀର୍ଣ୍ଣତାରୁ ଦୂରେ ରହି

ମନୁ ଓ ହୃଦୁ ପରିତ୍ୟାଗ କର

ସର୍ବ ପ୍ରଥମେ ବିନାଶକାରୀ ଅହଂକାର ।



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Abstract