STORYMIRROR

Subhra Arabinda Mohanty

Crime Others

4  

Subhra Arabinda Mohanty

Crime Others

ଦୁର୍ଗାଷ୍ଟମୀ

ଦୁର୍ଗାଷ୍ଟମୀ

1 min
476

ଝଟକୁଛି ଆଜି ମାର ମୁହଁ,

ସୁନା ତାରକସିର ସୁନ୍ଦର ଜ୍ୟୋତିରେ,

ଅପରୂପ ମେଢ଼ର ସ୍ଵର୍ଣ୍ଣାଢ୍ୟ ପରିବେଶ,

ଆଉ ପାର୍ବଣର ମଧୁର କଳରବ ।


ଯେପରି ସବୁ ଖୁସି ଆଜି ଅଜାଡି ହେଇ ଯାଇଚି,

କିନ୍ତୁ ମା’ର ସ୍ମିତହାସ୍ୟ ଭିତରେ ଲୁଚିଛି ଗୋଟେ ଖୋଜିବା,

ବୋଧେହୁଏ ଖୋଜୁଛି ତା ଆଖି ସେଇ ଭୋକିଲା କୁନି ଝିଅକୁ,

ଯିଏ ଆଜି ତାର ସବୁଦିନିଆ ସାଙ୍ଗ ‘ଭୋକ’ କୁ ଧରି ମେଢ଼ ବୁଲି ବାହାରିଛି ।


ହଁ,ଆଉ ଜଣେ ବି ବୁଲି ବାହାରି ପାରି ନାହିଁ,

ସୁଦୂର ନକ୍ସଲ ଅଂଚଳର, ସେଇ ଜୁଳୁ ଜୁଳୁ ଆଖି ଦୁଇଟି,

କାରଣ ବର୍ଷ ସାରା ତା ପାଇଁ ଗୁଳି ଓ ବମର ଶବ୍ଦ,

ଚାରିଆଡେ ବନ୍ଧୁକଧାରୀ ଙ୍କ ମଡ ମଡ ଜୋତା ଶବ୍ଦ ।


ପାର୍ବଣ ପୁଣି ତା ପାଇଁ କଣ,

ମା’ର ଆଖି କହୁଛି,ବହୁତ କଥା,

କହୁଛି,ଦରକାର ନାହିଁ ଏତେ ସୁନାର ସମ୍ଭାର,

ତୁମ କଳ୍ପନା ଠାରୁ ମଧ୍ୟ ମୁଁ ବେସି ସ୍ଵର୍ଣ୍ଣାଢ୍ୟ କରିଦେବି ଏହି ଧରାକୁ,

ଶୀତ ଦିନିଆ ସୋରିଷ ଫୁଲରେ ।


ସବୁଠାରୁ ସୁନ୍ଦର ମେଢ଼ ବି ଲାଜେଇ ଯିବ, ଯେବେ ମୁ ଭରିଦେବି,

ଶୀତ ଦିନରେ, ଫୁଲର ସମ୍ଭାରରେ,ତୁମମାନଙ୍କ ଛୋଟ ବଗିଚାକୁ ।


ତୁମେ ମାନେ ପେଟ ପୁରେଇବା ପାଇଁ କାଗଜ ଟଙ୍କା ମାଗୁଛ,

କିନ୍ତୁ ମୁ ଭରିଛି ସେଇ ଯୋଉ ପାଖ ଗଛରେ ମେଞ୍ଚା ମେଞ୍ଚା ଫଳ ।


କିଏ ଗୋଟେ ଆଣି ଦେଇ ଦିଅ ,ସେ କୁନି ଭୋକିଲା ଝିଅକୁ

କିଏ ଗୋଟେ କହି ଦିଅ ସେ ବନ୍ଧୁକଧାରୀ କୁ,ଜୀବନ ନେଲା ବେଳେ

ଟିକେ ତୋ ମାର କରୁଣ ମୁହଁକୁ ଚାହିଁଦେ ନା ।


ମୋତେ ସୁନ୍ଦର କରିବା ପାଇଁ ଚାହୁଁଚ

ତାହା ହେଲେ ପିନ୍ଧାଇ ଦିଅ ମୋତେ ତୁମେ ଖିଲ ଖିଲ ହସର ସେ ହାର

ଯୋଉ ଟା ସେ ଭୋକିଲା ଝିଅ ହସିବ, ଦିନେ ପେଟ ପୁରା ଖାଈ,

ସେହି ନକ୍ସଲ ଅଂଚଳର ନବ ବଧୁର ,ଲାଳିମା ବର୍ଣ୍ଣର ସୁନ୍ତାଣ ।


ହେବ ମୋର ମୁକୁଟ,

ଯେବେ ସେ ପ୍ରତିଦିନ ଖୁସିରେ ତାର ସ୍ୱାମୀକୁ ଫେରି ପାଇବ,

ଦେଇ ପାରିବ ଯଦି ଦିଅ ।


ନହେଲେ ଏ ସୁନାର ମେଢ଼ ମୋ ପାଇଁ

ନିଷ୍ପ୍ରଭ, ନିଷ୍ପ୍ରୟୋଜନ।


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

More oriya poem from Subhra Arabinda Mohanty

Similar oriya poem from Crime