ନଇଁ ଯାଏ ମଥା
ନଇଁ ଯାଏ ମଥା
ଅଛି ଘର ପରିବାର ଗ୍ରାମ ସମାଜ ନଗର
ବଦଳି ଗଲାଣି ରୀତି ନୀତି
ମଣିଷର ହୃଦୟରୁ ହଜିଯାଏ ସୁବିଶ୍ୱ।ସ
ସ୍ନେହ ଶ୍ରଦ୍ଧା ସଦ୍ଭାବ ସ°ପ୍ରୀତି ।
ଯେସନ କୀଟ ପତଙ୍ଗ କରିଥାନ୍ତି ମତିଭ୍ରମ
ବୁଝନ୍ତିନି ପ୍ରକୃତି ସ୍ୱଭାବ
ହୋଇ ଅତିଷ୍ଠ ଆକୃଷ୍ଟ ଝାସିଥାନ୍ତି ନିଜ ପ୍ରାଣ
ଦେଖିଦେଲେ ଉଜ୍ଜ୍ୱଳ ଆଲୋକ ।
ଆଧୁନିକ ଶିକ୍ଷା ନାମେ ଅଜ୍ଞାନତା ଅନ୍ଧକାରେ
ହରାଉଛି ମଣିଷ ବିବେକ
ସ୍ୱାର୍ଥ ସୁଖ ଅହଙ୍କାରେ ଧାଉ°ଛି ସେ ଅବିରତେ
ଲକ୍ଷ୍ୟହୀନ ପଥ ଅନିଶ୍ଚିତ ।
କର୍ମ ସୁକର୍ତ୍ତବ୍ୟ ନିଷ୍ଠା ଉତ୍ତମ ଚରିତ୍ରବତ୍ତା
ମାନବୀୟ ଉତ୍ତରଦାୟୀତ୍ୱ
ହଜିଯାଏ ଗୁଣାଦର୍ଶ ସାଧନା ଦୀକ୍ଷା ଉତ୍କର୍ଷ
ଯନ୍ତ୍ର ଦାସ ଉତ୍କଟ ପଶୁତ୍ୱ ।
ବଢୁଅଛି ଦିନୁଦିନ ଜରା ଅନାଥ ଆଶ୍ରମ
ଛାଡ଼ପତ୍ର ବିବାହ ବିଚ୍ଛେଦ
ଖଣ୍ଟ ହୁଏ ମହାଜନ ଦୁଷ୍ଟ ପାଳେ ପ୍ରଜାଜନ
ସାଧୁମାନେ ଗଣନ୍ତି ପ୍ରମାଦ ।
ବଢ଼ି ଯାଏ ଅପରାଧ ବଳାତ୍କାର ଲୁଟପାଟ
ଯୈ।ନ ବ୍ୟଭିଚାର ନରହତ୍ୟା
ଦୁର୍ବିସହ ବୋଧହୁଏ ଜର୍ଜରେ ଜୀବନ ଜ୍ୱାଳା
କି°କର୍ତ୍ତବ୍ୟେ ନଇଁ ଯାଏ ମଥା ।