STORYMIRROR

Trushna Das

Tragedy Crime Inspirational

4  

Trushna Das

Tragedy Crime Inspirational

ସେ ବି ତ କାହାରି ଭଉଣୀ ଥିଲା

ସେ ବି ତ କାହାରି ଭଉଣୀ ଥିଲା

1 min
310

ଭାଇ ହୋଇ ଆଜି କାନ୍ଦୁଛ ତୁମେ ବସି ତୁମ ଭଉଣୀ କଥା ତୁମେ ଭାବି

ଦୁଃଖ ଲାଗୁଛି ସତ, ତା ସହ ହୋଇ ଥିବା କଥା ଶୁଣି 

ଏ ସବୁ କରି ଥିବା ଲୋକ ଯେ ଜଣେ ତୁମରି ପରି।। 


ସେ ବି ତ କାହାରି ଭଉଣୀ ଥିଲା 

ଯାହାକୁ ତୁମେ କମେଣ୍ଟ, ଅପମାନ କରି ପାଉଥିଲ ମଜା

କେବେ ଭାବି ଥିଲ ତୁମେ 

ତୁମର ବି ଭଉଣୀ ଅଛି ଜଣେ।। 


ସେ ବି ତ କାହାରି ଭଉଣୀ ଥିଲା

ତାକୁ ପ୍ରେମ ପ୍ରତିଶ୍ରୁତି ଦେଇ ତା ସହ ତୁମକୁ ଖେଳିବାକୁ ଭଲ ଲାଗୁ ଥିଲା

ଖେଲି ସାରି ଛାଡ଼ି ଦେଇ ଗଲ ତୁମେ 

ଭାବି ଥିଲ କି ତୁମେ 

ଭଉଣୀ ସହ ଏମିତି କେହି କରିବ କେବେ।। 


ସେ ବି ତ କାହାରି ଭଉଣୀ ଥିଲା 

ତା ଆଖିରେ କାନ୍ଦ ଦେଖିବାକୁ ଭଲ ଲାଗୁଥିଲା 

ଭାବି ଥିଲ କି ତୁମେ 

କେମିତି ଲାଗିବ ତୁମକୁ କାନ୍ଦ ତୁମ ଭଉଣୀ ଆଖିରେ ଦେଖିଲେ। 


ସେ ବି ତ କାହାରି ଭଉଣୀ ଥିଲା 

ସାଙ୍ଗ ସହ ମିଶି ଧର୍ଷଣ କରି ଛାଡି ଦେଲ ତାକୁ ଛଟପଟ ହୋଇ ମରିବାକୁ 

ଭାବି ଥିଲ କି ତୁମେ କେବେ 

ତୁମ କର୍ମ ପାଇଁ ତୁମ ଭଉଣୀ ସହ ଏମିତି କେହି କରି ତାକୁ ଛାଡ଼ି ପାରେ।। 


ସେ ବି ତ କାହାରି ଭଉଣୀ ଥିଲା

ତା ମୁହଁରେ ଏସିଡ୍ ପକାଇ କରି ଦେଲ ତାକୁ ବର୍ବାଦ

ଭାବି ଥିଲ କି ତୁମେ 

ତୁମ ଭଉଣୀ ମୁହଁରେ କେହି ଏସିଡ୍ ପକାଇ ପାରେ। 


ସେ ବି ତ କାହାରି ଭଉଣୀ ଥିଲା

ବିବାହ ବନ୍ଧନରେ ବାନ୍ଧି, ଦେଉ ଥିଲ ତାକୁ ଯୌତୁକ ନିର୍ଯ୍ୟାତନା 

ଭାବି ଥିଲ କି ତୁମେ କେବେ 

ତୁମ ଭଉଣୀକୁ ବି କେବେ ଏ ସବୁ ସହିବାକୁ ପଡ଼ି ପାରେ।। 


ଅନ୍ୟର ଭଉଣୀ ସହ ଖେଳିବାକୁ 

ତୁମକୁ ମଜା ଲାଗୁଥିଲା 

ତୁମ ଭଉଣୀ ସହ ତାହା ହେଲାରୁ 

ତୁମକୁ ଅସହାୟ ଲାଗିଲା 

ନ୍ୟାୟ ପାଇଁ ମୁଣ୍ଡ ଆଜି ଉଠାଇଛ

କେବେ ତୁମେ ଅନ୍ୟର ଭଉଣୀକୁ ସେତିକି ସମ୍ମାନ ଦେଇଛ !! 


ଅନୁରୋଧ ମୋର ସମସ୍ତ ଭାଇମାନଙ୍କୁ 

ସମ୍ମାନ ଦିଅ ସବୁ ନାରୀମାନଙ୍କୁ

ସେମାନେ ବି କାହାରି ଭଉଣୀ

ତୁମ ପାଇଁ ଅନ୍ୟ ଭାଇ ଭଉଣୀମାନଙ୍କୁ ସହିବାକୁ ନ ପଡୁ ଏ ଦୁଃଖର କାହାଣୀ।


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Tragedy