STORYMIRROR

Upendra prasad Mahala

Crime

4  

Upendra prasad Mahala

Crime

"ପରୀ" (PARI)

"ପରୀ" (PARI)

1 min
215


ଥରେ ଭାବନ୍ତୁ ତ !!
କେମିତି ଏଠି ଶିକାର ପାଲଟୁଛନ୍ତି 
ଅନେକ ନିରୀହ, ଅବୋଧ 'ପରୀ'
ନିତିଦିନ !!

ଦୁନିଅ।କୁ ଚିହ୍ନିବା ଅ।ଗରୁ
ବିନା ବାଜିରେ ବି 
ହାରେ ଜୀବନ । 
ବନିଯାଏ ରକ୍ତର ରଙ୍ଗୋଲି ।
ବ୍ୟବସ୍ଥା ତଳେ ଚାପି ହୋଇଯାଏ
କାତର ସ୍ବର !!

କାହାକୁ ଜଣାପଡେନି 
କେତେବେଳେ ଟପଟପ ବର୍ଷା ଅ।ସି 
ଛୁଇଁଯାଏ ରାସ୍ତା, କୋଠାବାଡ଼ି
ବୁଣିଦିଏ ରକ୍ତର ଛିଟା
ସାରା ସହର !!
ସବୁଠି ଖାଲି ଖବର
ଜଘନ୍ୟ, ଚାଞ୍ଚଲ୍ୟକର !!

କେହି ଦେଖି, ଦେଖି ପାରନ୍ତିନି
ବ୍ୟବସ୍ଥାର ବିକାଶ ଭିତରେ
କେମିତି ମରେ ମଣିଷପଣିଅ।
କାହା ଅହମିକାରେ
ଜଳିଯାଏ କଡି ଧରୁଥିବା 
ସବୁ ଫୁଲ ଗଛ। ଅବେଳାରେ !!

ଥରେ ଭାବନ୍ତୁ ତ ??
ନ୍ୟାୟ ଏଠୁ କେତେଦୂର...
ନ୍ୟାୟ ମନ୍ଦିରରେ କାହିଁକି 
ଲୋଡାପଡେ ଅନ୍ଧପୁଟୁଳି !!

ପରୀ କ'ଣ "ଏକ ନୀରିହ ସ୍ବର", 
ନା ନିରପରାଧ ଅ।ତ୍ମାର ନିଅାଁ ଝୁଲ...
ନା ଅ।ମ ବ୍ୟବସ୍ଥାର ଦହନ ?
ରାଜନୀତିର ରଂଗରେ ବିବର୍ଣ୍ଣ !!

ନିଜ ଭିତରକୁ ଚାହିଁଲେ
ସ୍ପଷ୍ଟ ବାରିହୁଏ, କିଏ ଏଠି
ଚିରି ଦେଉଛି ମଣିଷର ଛାତି
ମୁନିଅ। ନଖରେ
ଥରୁଛି ସାରା ଦେହ
ସବୁଅ।ଡେ ଦରଜ
ଓକାଳି ଅ।ସୁଛି ଚିତ୍କାର
ଅଥଚ ଫିଟୁନି ପାଟି !!

ହେଇପାରେ ପରୀର
ଅନ୍ୟନାମ - ନୀରବ ଝଡ ?
ବାତ୍ୟାର ପୂର୍ବାଭାଷ 
ଲଘୁଚାପ ପରି ଦାନା ବାନ୍ଧୁଛି
ହୃଦୟରୁ ହୃଦୟ !!

ବାସ୍ତବିକ କେଡେ ନିଷ୍ଠୁର
ଏ ବାସ୍ତବତା !!
ପ୍ରହେଳିକା ଓ ବ୍ୟବସ୍ଥା ଧକ୍କାରେ 
ଲୁଚିହଜିଯାଏ ସତ୍ୟ ? 
ଗଭୀର ପାଣିରେ ସିଧା ବାଡି
ବଙ୍କା ଦିଶିବା ଭଳି ।
ହାରେ ବାସ୍ତବବାଦୀ କବିର କଳ୍ପନା
ନାୟିକାର ରକ୍ତାଭ ଓଠ
ଦିଶେ ଯେମିତି କଳା, ଫିକାଫିକା !!

ମିଛ ମିଛ ଲାଗେ
ଜେଜେମାଙ୍କ ଗପ ପେଡିର ଗପ
ଅ।କାଶର ଚଳନ୍ତା ତାରା ଭଳି 
ସତସତିକା "ପରୀ"
ରାତି ଅଧରେ 
ଡେଣା ହଲାଇ କେମିତି
ଖସିଅ।ସନ୍ତି ଅ।କାଶରୁ 
ଏ ମାଟିକୁ । 
ଯେଉଁଠି ଥିବ
ଗହନ ବନ, 
ପଦୁଅ ପୋଖରୀ
ଫିକାଫିକା ଜହ୍ନ ଅ।ଲୁଅରେ
ଚହଟୁ ଥିବ କାଚକେନ୍ଦୁ ପାଣି ।
ପୋଖରୀ ଅ।ଡି ମନ୍ଦିର କଡରେ
ଶୋଇଥିବା ରାଜାପୁଅ
ଲୁଚିଲୁଚି ଜଣଙ୍କୁ ଦେଖି 
ଧରିନେବ ।
ଏମିତି କିଛି ...... ।

ଉଡନ୍ତା ପରୀ ଭଳି ଏଠି 
ମିଛ ଲାଗେ ବଢନ୍ତା ସହର 
ଗାଁଗଣ୍ଡାରେ ସହରୀ ଛାପ ।
ନୂଆ ସଂସ୍କୃତିର ଚିହ୍ନୂ ।
ଅ।କାଶକୁ ମୁଣ୍ଡ ଟେକୁଥିବା
ସୁଉଚ୍ଚ କୋଠା, ଅ।ପାର୍ଟମେଣ୍ଟ ।
କାନଡେରି ଶୁଣ ଯେ....
ନିଃଶବ୍ଦ ରାତିରେ
କେମିତି ରହି ରହି ଶୁଭେ
ପବନରେ କୋଠା ଓ ଗଛ 
ଫାଙ୍କ ଦେଇ କାହାରି ଅସ୍ପଷ୍ଟ 
କଇଁ କଇଁ ସ୍ବର !!



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Crime