*ଶବ ଟିଏ କିଛି କହୁଛି....*
*ଶବ ଟିଏ କିଛି କହୁଛି....*
ମୁଁ ବୁଦା ମୂଳର ଶବ ଟିଏ
ମୁଁ କେନାଲ କୁଳର ଶବ ଟିଏ
ମୁଁ ରାସ୍ତା କଡ଼ର ଶବ ଟିଏ,,
ମୁଁ ବି କାହାର ଝିଅ ଟିଏ
ମୁଁ ବି କାହାର ବୋହୁ ଟିଏ
ମୁଁ ବି ସୁନ୍ଦର ସଂସାର କରିଥାନ୍ତି
ହେଲେ ଏ ଦୁନିଆଁ ମୋତେ
ସେ ସୁଯୋଗ ଦେଲାନି.....
ଝିଅ ଟିଏ ଘରୁ ବାହାରିଲେ ହଜାରେ ଆଖି,,
ମଉକା ବା ସୁଯୋଗ ଅପେକ୍ଷାରେ
ସୁଯୋଗ ପାଇଲା କ୍ଷଣି ଟେକିନେବେ
ଆଉ ମରଦ ପଣିଆ ଦେଖେଇଦେବେ
ଦେହର ଜ୍ବାଳାକୁ ଶାନ୍ତ କରିବେ
ଖିନ ଭିନ କରିଦେବେ ଶରୀରକୁ
ଗୋଟିଏ ହରିଣ କୁ ବାଘ ପଂଜେ ଖିନ ଭିନ କଲା ଭଳି
ତାପରେ ମରଦ ପଣିଆ ଉଭେଇଯିବ
ଧରାପଡିଯିବା ଭୟ ରେ ମାରିଫିଙ୍ଗି ଦେବେ
କେଉଁ ବୁଦାମୂଳକୁ କିମ୍ବା କେନାଲ ତଳକୁ ବା ରାସ୍ତାକଡ଼କୁ
ଓ ଘୁରିବୁଲିବେ ଭଦ୍ରଖୋଳ ପିନ୍ଧି ଏକ ଭଦ୍ର ଲୋକଭଳି,,
ମୋର ବି ସେଇ ଅବସ୍ଥା
କିଛି ଲୋଲୁପ ନାରିମାଂସ ଲୋଭି ମଣିଷ ମାନଙ୍କ ଶିକାର ହୋଇଛି
ମୋ ଶବ ଏଥିପାଇଁ ଭାଗ୍ୟବାନ ଯେ,,
ମୋ ଶବ ଟି ଲୋକଲୋଚନ କୁ ଆସିଯାଇଛି
ମୋ ଶବକୁ ଦେଖିବାକୁ ହଜାର ହଜାର ଭଦ୍ରମଣିଷ,,
ମୋର ଶରୀରକୁ ଦେଖିବାକୁ ଏକରକମ ପ୍ରତିଯୋଗିତା ଚାଲିଛି
ମୋର ସେଇ ଅଂଶ କୁ ଦେଖିବାକୁ ସମସ୍ତେ ବ୍ୟସ୍ତ
ଯାହାକି ମୋ ଜୀବିତ ଅବସ୍ଥା ରେ ଦେଖିବା ଅସମ୍ଭବ ଥିଲା
ଏବେ ତ
ସୁଯୋଗ ମିଳିଛି
ମନଭରି ଦେଖିନେବେ
ସେଥିରେ ପୁଣି କେତେ କଥା
କିଏ ଭଲ କୁହେତ କିଏ ଅଶ୍ଳୀଳ କଥା
ପୁଣି କିଏ ବାହାଦୁରୀ ମାରିଥାଏ ସତ ମିଛ କହି,,
ଉପରେ ବି ସାର୍ଗୁଣା ଘୁରି ବୁଲୁଛନ୍ତି
ସୁଯୋଗ ପାଇଲେ ମୋ ଶରୀର କୁ ଧାରୁଆ ଥଣ୍ଟରେ ଖିନ ଭିନ କରିଦେବେ
ଓ ପେଟର ଜ୍ୱାଳା ମେଣ୍ଟେଇବେ,,
କିନ୍ତୁ ସେମାନଙ୍କ ସାହସ ନାହିଁ କାରଣ
ଦୁଇ ଚାରିଟା ଖାକି ପୋଷାକ ଧାରୀ ଯମଦୂତ ଜଗିବସିଛନ୍ତି
ମୋର ଶବ କୁ
ସୁରକ୍ଷା ଦେଉଛନ୍ତି.....
ମୁଁ ମରିଗଲା ପରେ ନିଶ୍ଚଳ ହେଇଗଲା ପରେ
ବଞ୍ଚିଥିଲା ବେଳେ ତ ସୁରକ୍ଷା ଦେଇପାରିଲେନି
ମୋର ଶବକୁ ସୁରକ୍ଷା ଦେଇ ନିଜର କର୍ତ୍ତବ୍ୟ ପାଳନ କରୁଛନ୍ତି
ରେ ରେ ନାରିମାଂସ ମଣିଷ ଲୋଭି ମଣିଷ
ମୋତେ ମାରିଦେଇ ମୋ ପ୍ରତି ଦୟାକରିଛ...
ମାରି ଦେଇଛ ଭଲ କରିଛ
ନ ହେଲେ ସମାଜ ମୋତେ ଘୃଣା କରିଥାନ୍ତା
ବଞ୍ଚିଥାଉ ଥାଉ ସମାଜ ମାରିଦେଇଥାନ୍ତା
ଆଉ ଗୋଟେ ଭଲକଥା ମୋତେ ମାରି ଦେଇଛ ଭଲକରିଛ
ନହେଲେ ହୁଏତ ମୋ ପବିତ୍ର ଗର୍ଭରୁ
ତୁମ ଭଳି ନାରିମାଂସ ଲୋଭି ମଣିଷ ଟିଏ ଜନ୍ମ ନେଇଥାନ୍ତା
କିମ୍ବା ମୋ ଭଳି ତୁମର ଶିକାର ହେବା ପାଇଁ ଝିଅଟିଏ,
ଧିକ ତୁମର ମଣିଷ ପଣିଆ
ବୋଧେ ଭୁଲିଯାଇଛ
ତୁମର ବି ମାଆ,ଭଉଣୀ,ସ୍ତ୍ରୀ ଅଛନ୍ତି,,
ସୁଧୁରୀ ଯାଅ.....
ହୁଏତ,,,,,