STORYMIRROR

Rabindra kumar Sahoo

Abstract Crime

4  

Rabindra kumar Sahoo

Abstract Crime

ଗୋଦରା କୋଡୁଛି

ଗୋଦରା କୋଡୁଛି

1 min
147

   

    ଗୋଦରା କୋଡୁଛି ଅଳପ

     ମାଡୁଛି ବେଶୀ

    ଆମର ବିକାଶ ବଢୁଛି ଅଳପ

     ଛିଡୁଛି ବେଶୀ ।

    

    ପ୍ରଗତି ନାଁ ରେ 

        ଡାକୁଛେ ଆମେ ଦୁର୍ଗତି

    ନୀତି ନାଁ ରେ 

        କରୁଛେ ବେଶୀ ଦୁର୍ନୀତି ।


     ଶାସନ ନାଁ ରେ 

        ଶୋଷଣ କରୁଛେ

     ଆସନ ପାଇଁ

        ଭାଷଣ ଅଧିକ ମାରୁଛେ ।

     

     କର୍ମ ନାମରେ

        ଅପକର୍ମ ଗୁଡେ କରୁଛେ

     ଆଧୁନିକତା ନାମେ

        ସଂସ୍କୃତିକୁ ଆମେ ମାରୁଛେ ।


     ଶିକ୍ଷା, ସଭ୍ୟତା ନାମେ

      ପୁନେଇ ପରବ ଭୁଲିଛେ

     ନିଜ ପ୍ରଥା, ପରମ୍ପରା ଛାଡି

     ପାଶ୍ଚାତ୍ୟ ସଭ୍ୟତା ପଛରେ ବୁଲୁଛେ ।


    ମୁଲିଆ, ମଜୁରିଆ ଙ୍କ 

       ସ୍ଵାର୍ଥ କଥା କହୁଛେ

     ନିଜେ ଗାଡି, ଘୋଡା, ବଙ୍ଗଳା ଓ

      ବ୍ୟାଙ୍କ୍ ବାଲାନ୍ସ ପଛରେ ଧାଇଁଛେ ।


     ସ୍ଵାର୍ଥ, ଅର୍ଥ ଓ କ୍ଷମତା ପାଇଁ 

          ମିଥ୍ୟା ପ୍ରବଚନ ଦେଉଛେ

     ନିଜ ଭାଷା ଛାଡି 

      ବିଦେଶୀ ଭାଷାର ପ୍ରଭାବେ

          ମା'କୁ ମାଉସୀ କହୁଛେ ।


      ବାପା ମା'ଙ୍କ କଥା ଭାଳୁନେ

       ଶାଶୁ ଶ୍ୱଶୁର ଙ୍କ କଥା ଭାଳୁଛେ

     ଦେଶର ନୀୟମ ପାଳୁନେ

        ବିଦେଶୀଙ୍କ ର ଗୋଡାଣିଆ ସାଜି

      ବିଦେଶୀ ନୀୟମ ପାଳୁଛେ ।


      ଗାଁ ମା'ର ସମ୍ମାନ ରଖୁନେ

     ପରସ୍ପର ମଧ୍ୟେ 

        ବିଶୃଙ୍ଖଳା ଖାଲି ରଚୁଛେ

      ଦେଶ ମାତୃକାର ସୁରକ୍ଷା ଦେଖୁନେ

       ନିଜ ଆତ୍ମ ସ୍ଵାର୍ଥ ପାଇଁ

        ପ୍ରତି ମୁହୂର୍ତ୍ତେ 

         ପର ଅମଙ୍ଗଳ ପାଞ୍ଚୁଛେ ।


        ପରିବେଶ କଥା 

             କେ ଆମେ ଭାବୁନେ

        କୃତ୍ରିମତାକୁ ପ୍ରାଧାନ୍ୟ ଦେଉଛେ

       ବିଶ୍ଵ ଶାନ୍ତି କଥା କେ ଚିନ୍ତୁନେ

        ପ୍ରତିଯୋଗିତା, ଯୁଦ୍ଧାସ୍ତ୍ର ଓ ଯୁଦ୍ଧରେ

         ମନ, ଧ୍ୟାନ ଦେଇ

       ସମଗ୍ର ମାନବ ଜାତିକୁ

          ଧ୍ଵଂସ ମୁହଁକୁ ନେଉଛେ ।

    

       ଏ ମଣିଷ ଜାତି ଆଜି କହୁଛି

          ପ୍ରଗତି ଆମର ହୋଇଛି

        ହେଲେ ପ୍ରଗତିଆ ଦଳ

         କହୁଛନ୍ତି ଭାଇ

        ଗୋଦରା ଯେତିକି କୋଡୁଛି

        ତା ଠାରୁ ଯଥେଷ୍ଟ ଅଧିକ ମାଡୁଛି ।

       


Rate this content
Log in

Similar oriya poem from Abstract