STORYMIRROR

Sumitra mishra

Tragedy Crime

4  

Sumitra mishra

Tragedy Crime

କଳଙ୍କିନୀ

କଳଙ୍କିନୀ

1 min
428


ନହୁଲି ବୟସୀ ଛମଛମ ଚାଲି

ମନ ଫୁଲାଣିଆ ଗୀତ

ସପ୍ତରଙ୍ଗରୁ ବି ଅଧିକ ରଙ୍ଗିଲା

ସଦା ଚଞ୍ଚଳିତ ମନ

ସଦା ପ୍ରଫୁଲ୍ଲିତ ଅଜଣା ଆନନ୍ଦେ

ବିଷାଦର ନଥିଲା ଚିହ୍ନ ।।


ପଲ୍ଲୀରେ ପ୍ରବେଶ ସହରିଆ ବାବୁ

ପ୍ରେମେ କରିନେଲା ବଶ

ମିଠା ମିଠା ସ୍ଵପ୍ନ କେତେ ଦେଖାଇଲା

ଭ୍ରମିତ ମୋହର ପଥ

ବୈଶାଖ ଶୀତ ଖରା ଓ ଫଗୁଣ

ଖୁସି ହେଲା ମୋର ଛ'ଗୁଣ ।।


ପ୍ରତିଶ୍ରୁତି ଦେଲା ବିବାହ କରିବ

ପତି ଭାବିନେଲି ମନରେ

ଶାନ୍ତ କମନୀୟ ସରଳ ମନଟା

କୁରୁଳିଲା ମନ ଭିତରେ

ଚୁମି ଚୁମି ଗଲି ସାରା ଶରୀରଟା

ପଡ଼ିଗଲି ପ୍ରେମ ଫାଶରେ ।।


ଦେଇ ପ୍ରତିଶ୍ରୁତି ଗଲା ସେ ସହର

ଭୃଣଟେ ଥିଲା ମୋ ଅଙ୍ଗରେ

ପଥ ଚାହିଁ ଚାହିଁ ଦିନରାତି ଗଲା

ଭିଜିଗଲା ଆଖି ଲୁହରେ

ଦିନ ପରେ ମାସ ଗଡ଼ି ଗଡ଼ି ଗଲା

ଭୃଣ ଆଜି ମୋର କୋଳରେ ।।


ଘରୁ ବିତାଡିତ ବାସନ୍ଦ ହୋଇଲି

କଳଙ୍କିନୀ ଆଖ୍ୟା ପାଇଲି

ନାସିକା କୁଞ୍ଚନ କରନ୍ତି ସଭିଏଁ

କୁମାରୀ ମାତୃତ୍ଵ ଲଭିଲି

କଳଙ୍କିନୀ ବୋଲି ହୁରି ପଡୁଅଛି

ମୁଁ କ'ଣ ଏକା ଦାୟୀ ଥିଲି ?

ମୁଁ କ'ଣ ଏକା ଦାୟୀ ଥିଲି ?


        


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Tragedy