Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

pawan mohakul

Tragedy Crime Inspirational

4  

pawan mohakul

Tragedy Crime Inspirational

ଅବୁଝା ମଣିଷ

ଅବୁଝା ମଣିଷ

1 min
430


ଆଜିର ମଣିଷ ଅବୁଝା ହେଲେଣି

ତାଙ୍କୁ ବୁଝାଇବ କିଏ ।


କୁଳ ରକ୍ଷା ପାଇଁ ପୁଅ ଖୋଜୁଛନ୍ତି

କନ୍ୟା ହେଲେ ମାରି ଦିଏ ।


ପୁଅ ପାଇଁ ପୁଣି ବୋହୂ ଖୋଜୁଛନ୍ତି

କୁଳ ରକ୍ଷା ହେବା ପାଇଁ ।


କନ୍ୟା ରତ୍ନ ଟିଏ ଘରେ ଜନ୍ମ ହେଲେ

ମନ ହୁଏ ହାଇଁ ପାଇଁ ।


କନ୍ୟା ରତ୍ନ ଯଦି ଲୋପ ପାଇଯିବ

ବୋହୂ ବା କେଉଁଠୁ ପାଇବ ।


ପୁଅ ବଦଳରେ ପୁଅ ଟିଏ ଆଣି

କୁଳ କି ରକ୍ଷା ପାଇବ ।


ସତର୍କ ହୁଅ ରେ ଅବୁଝା ମଣିଷ

କନ୍ୟା କୁ ସୁରକ୍ଷା ଦିଅ ।


କନ୍ୟା ରତ୍ନ ଯଦି ମୂଳପୁଛ ହେଲା

କେମିତି ବଞ୍ଚିବ କୁହ ।


ମାଆ ଦରକାର ଭଗ୍ନୀ ଦରକାର

ବୋହୂ ଟିଏ ଦରକାର ।


କନ୍ୟା ବଂଶ ଯଦି ଲୋପ କରିଦେବ

କେମିତି ଚାଲିବ ସଂସାର ।


ମାନବ ସମାଜ ଲୋପ ପାଇଯିବ

ସବୁଦିନ ପାଇଁ ଧରାରୁ ।


ମଣିଷ ଶବ୍ଦ ଟି ସବୁଦିନ ପାଇଁ

ଲିଭିଯିବ ଏ ସଂସାରୁ ।


Rate this content
Log in

Similar oriya poem from Tragedy