STORYMIRROR

pawan Mohakul

Romance Tragedy

3  

pawan Mohakul

Romance Tragedy

ତୋ ପାଇଁ

ତୋ ପାଇଁ

1 min
197

ହଁ ଆଜିକାଲି ତୋ ଅନୁପସ୍ଥିତି ମୋତେ ବିଚଳିତ କରିବା ବନ୍ଦ କରି ଦେଇଛି ।।

ଦୀର୍ଘ ଏକ ଦଶନ୍ଧିର ବୁଢିଆଣୀ ଜାଲରୁ ବାହାରି ମୁଁ ନୂଆ ଆଲୋକ ଦେଖୁଚି ।।

ଆଉ ଆଜି ମୋର ଏ ପରିବର୍ତ୍ତନ ତୋତେ ଅକୁହା ଯନ୍ତ୍ରଣା ଦେଉଛି ।।

ହେଲେ ତୋର ମନେ ଅଛି ତୁ ଦେଇଥିବା ଯନ୍ତ୍ରଣାକୁ ମୁଣ୍ତପାତି ମୁଁ କେମିତି ସହିଛି ।।

ତୋତେ ପାଇବା ପାଇଁ ମୁଁ ମୋର ପୁରୁଷାର୍ଥ କେମିତି ବିକ୍ରି କରିଛି ।।

ବେପରୁଆ ଭାବେ ମନ କଥା କହି ଯାଉଥିବା ପିଲାଟି କେମିତି ଆଜି ନିରବତାକୁ ଅସ୍ତ୍ର ମାନି ନେଇଛି ।।

ସୁନେଲି ସ୍ବପ୍ନରେ ମଶଗୁଲ୍ ଥିବା ପିଲାଟି କେମିତି ଆଜି ତାର ନୟନ ଯୁଗଳକୁ ଅଶ୍ରୁରେ ପ୍ଲାବିତ କରିଛି ।।



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Romance