Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

Kadambari Mohakhud

Abstract Tragedy Crime

4.7  

Kadambari Mohakhud

Abstract Tragedy Crime

ପିଣ୍ଡୁଳାଏ ନାଲି ରକ୍ତ (କାଦମ୍ବରୀ ମହାଖୁଡ଼)

ପିଣ୍ଡୁଳାଏ ନାଲି ରକ୍ତ (କାଦମ୍ବରୀ ମହାଖୁଡ଼)

1 min
262




କେଉଁ ଏକ ରାସ୍ତା ବୁଦା ବନେ

ନାଲି ରକ୍ତର ଦିଶେ ପିଣ୍ଡୁଳା ଟିଏ

କ୍ଷତାକ୍ତରେ ଭିଜା ଲାଳ ଆଉ ନାଲି ରକ୍ତ

ଏ ଅବାଂଛିତ ନାଲି ରକ୍ତର ପିଣ୍ଡୁଳା କିଏ ?


ରକ୍ତରେ ଲୁଟପୁଟ ଏ ମାଂସ ଶରୀର

କୁନି ହାତ ଗୋଡ କୁନି ଅଧର

ପରିଟିଏ ପରି ଦିଶେ ଶରୀର

ଶିଶୁ କନ୍ୟା ଥିଲା ମାତୃ ଗର୍ଭର ||


ଶେଷ ହୋଇଯାଏ

 ନିଶ୍ୱାସ ନେବା ଆଗରୁ

ଆଖିର ପତା ଖୋଲିବା ଆଗରୁ

ମା ର ସ୍ପନ୍ଦନ ଶୁଣିବା ପୂର୍ବରୁ

ଅବା ବାପାର ଆଙ୍ଗୁଠି ଧରିବା ପୂର୍ବରୁ ||


ଫିଙ୍ଗି ଦିଆ ଯାଏ

କେଉଁ ଏକ ଆବର୍ଜନାରେ

ତାର ଦୋଷ କ'ଣ ବା ଥିଲା ?

ଦୋଷ କଣ ଖାଲି ଝିଅ ଜନ୍ମରେ 

ନା ଘୃଣ୍ୟ ସମାଜର ଚିନ୍ତନ ଥିଲା ?


ତଥାବି .........

ଆଜି ମାତୃତ୍ଵ ଶିଶୁ କନ୍ୟା ଵିପକ୍ଷରେ

ପୁତ୍ର ପଛେ ଛାଡୁ ବୃଦ୍ଧାଆଶ୍ରମରେ

ଜେଜେମା ବି ବସେ ନାତି ଅପେକ୍ଷାରେ

ଅଭିଶପ୍ତ ସଜାନ୍ତି ଝିଅ ଜନ୍ମରେ ||


କନ୍ୟା ଜନ୍ମ କଣ ପାପ ଥିଲା ?

ପିଣ୍ଡୁଳାଏ ନାଲ ରକ୍ତରେ

 ପିଶାଚ ମାନବ ଶିଶୁ ଶୋଷିଲା .......


Rate this content
Log in

Similar oriya poem from Abstract