STORYMIRROR

Prafulla Chandra Mishra

Abstract

3  

Prafulla Chandra Mishra

Abstract

କଂସ ଓ ପୁତନା କଥୋପକଥାନ

କଂସ ଓ ପୁତନା କଥୋପକଥାନ

1 min
199


କୃଷ୍ଣଜନ୍ମ ହେଲେ କଂସ ବନ୍ଦୀଘରେ

ବସୁଦେବ ନେଇ ଯଶୋଦା କୋଳରେ

ଥୋଇ ସେ କନ୍ୟାକୁ ଆଣିଲେ

ବିଜୁଳି କନ୍ୟା ସେ କଂସ ହାତୁ ଖସି

ଶୂନ୍ୟ ବାଣୀ ଯା କହି ଗଲେ

ଆରେ ଦୁରାଚାରୀ କଂସ

ତୋ ଶତ୍ରୁ ବଢୁଛି ଗୋପ ପୁରେ ଯାଇ

ପୁରିଲା ତୋର ଆୟୂଷରେ, ଆରେ ଦୂରାଚାରୀ କଂସ ।।


ବଜ୍ର ପଡିଲା କି ମଥାରେ ତାହାର

ଭ୍ରମିଗଲା ମତ୍ତି ହୋଇଲା ଅସ୍ଥିର

ବନ୍ଧୁ ବର୍ଗ ଲୋଡି ବସିଲା

ବିଚାର କରୁଛି କେମିତି ମାରିବ

ଶତ୍ରୁ କାହିଁ ଯାଇ ଲୁଚିଲା

କିଏ ହୋଇବ ସହାୟ

ଜଣ ଜଣ କରି ଅନୁନୟେ କହେ 

କିଏ ଦେବ ମୋତେ ଅଭୟ, କିଏ ହୋଇବ ସହାୟ ।।


ଏବେଳେ ପୁତନା ରାକ୍ଷସୀ ବିକଟ

କହୁଛି ହରିବି ତୋହରି ସଂକଟ

ଆଦେଶ ଦିଅହେ ରାଜନ

ଗୋପପୁରେ ଯାଇ ଗୋଟି ଗୋଟି କରି

ମାରିବି ମୁଁ ଶିଶୁ ସନ୍ତାନ

ଉରଜ ବିଷ ଭଣ୍ଡାର

ସ୍ତନ୍ୟ ପାନ ସଙ୍ଗେ ସମନ “

ପେଷିବି” ଅରାତି ତୋହର, ଉରଜ ବିଷ ଭଣ୍ଡାର ।।


ପୁତନା ମୁଖରୁ ଶୁଣି ଏହି ବାଣୀ

ଉଷତ ହୋଇଣ ଆଦେଶେ ତକ୍ଷଣି

ଆଦେଶିଲା ଯାଅ ଭଗିନୀ

ଗୋପପୁରେ ଯେତେ “ନବ ଜାତ ଶିଶୁ

ହତ କର', ସେ ମାୟାବିନୀ

ମୟାରେ ସୁନ୍ଦର ରୂପ

ଧରି ଚଳିଗଲା ଗୋପ ଅଭି ମୁଖେ

ମାରିବାକୁ କରି ସଂକଳ୍ପ, ମାୟାରେ ସୁନ୍ଦର ରୂପ ।।

    --କ୍ରମଶଃ--



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Abstract