କଂସ ଓ ପୁତନା କଥୋପକଥାନ
କଂସ ଓ ପୁତନା କଥୋପକଥାନ


କୃଷ୍ଣଜନ୍ମ ହେଲେ କଂସ ବନ୍ଦୀଘରେ
ବସୁଦେବ ନେଇ ଯଶୋଦା କୋଳରେ
ଥୋଇ ସେ କନ୍ୟାକୁ ଆଣିଲେ
ବିଜୁଳି କନ୍ୟା ସେ କଂସ ହାତୁ ଖସି
ଶୂନ୍ୟ ବାଣୀ ଯା କହି ଗଲେ
ଆରେ ଦୁରାଚାରୀ କଂସ
ତୋ ଶତ୍ରୁ ବଢୁଛି ଗୋପ ପୁରେ ଯାଇ
ପୁରିଲା ତୋର ଆୟୂଷରେ, ଆରେ ଦୂରାଚାରୀ କଂସ ।।
ବଜ୍ର ପଡିଲା କି ମଥାରେ ତାହାର
ଭ୍ରମିଗଲା ମତ୍ତି ହୋଇଲା ଅସ୍ଥିର
ବନ୍ଧୁ ବର୍ଗ ଲୋଡି ବସିଲା
ବିଚାର କରୁଛି କେମିତି ମାରିବ
ଶତ୍ରୁ କାହିଁ ଯାଇ ଲୁଚିଲା
କିଏ ହୋଇବ ସହାୟ
ଜଣ ଜଣ କରି ଅନୁନୟେ କହେ
କିଏ ଦେବ ମୋତେ ଅଭୟ, କିଏ ହୋଇବ ସହାୟ ।।
ଏବେଳେ ପୁତନା ରାକ୍ଷସୀ ବିକଟ
କହୁଛି ହରିବି ତୋହରି ସଂକଟ
ଆଦେଶ ଦିଅହେ ରାଜନ
ଗୋପପୁରେ ଯାଇ ଗୋଟି ଗୋଟି କରି
ମାରିବି ମୁଁ ଶିଶୁ ସନ୍ତାନ
ଉରଜ ବିଷ ଭଣ୍ଡାର
ସ୍ତନ୍ୟ ପାନ ସଙ୍ଗେ ସମନ “
ପେଷିବି” ଅରାତି ତୋହର, ଉରଜ ବିଷ ଭଣ୍ଡାର ।।
ପୁତନା ମୁଖରୁ ଶୁଣି ଏହି ବାଣୀ
ଉଷତ ହୋଇଣ ଆଦେଶେ ତକ୍ଷଣି
ଆଦେଶିଲା ଯାଅ ଭଗିନୀ
ଗୋପପୁରେ ଯେତେ “ନବ ଜାତ ଶିଶୁ
ହତ କର', ସେ ମାୟାବିନୀ
ମୟାରେ ସୁନ୍ଦର ରୂପ
ଧରି ଚଳିଗଲା ଗୋପ ଅଭି ମୁଖେ
ମାରିବାକୁ କରି ସଂକଳ୍ପ, ମାୟାରେ ସୁନ୍ଦର ରୂପ ।।
--କ୍ରମଶଃ--