ଆମ୍ବ ବଉଳ
ଆମ୍ବ ବଉଳ


ଆସିଗଲା ଫାଲ୍ଗୁନ ମାସ,
ଆମ୍ବ ଗଛରେ ବଉଳ ହସ ହସ,
ଚଉଦିଗେ ବିଚ୍ଛୁରିତ ତାର ବାସ,
ପରଶି ଦଉଛି ପ୍ରେମର ପରଶ।
ଆମ୍ବ ଗଛରେ ବଉଳ ଛାଉଣୀ,
ଲାଗୁଛି ରହିଛି ଧଳା ଓଢ଼ଣା ଟାଣି,
କିଛି ଦିନହିଁ ତ ତାର ରହଣି,
ନଉଛି ସଭିନ୍କ ମନକୁ କିଣି।
କେତେ ଯେ ଟିକି ଫୁଲ ହେଇ ସଜେଇ,
ଗୋଟିଏ ପେନ୍ଥାରେ ଥାଏ ରହି,
ଫଗୁଣର ପବନରେ ସଦା ଝୁଲୁ ଥାଇ,
ଅଗଣିତ ଫଳ ଜିବ ପରଶି ଦେଇ।
ଆସିଲେ ଗୋଟିଏ ଝଡ,
କେତେଯେ ବଉଳ ତଳେ ପଡଇ,
ଯିଏ ପାରଇ ଝଡ ସହି,
ଭବିଷ୍ଯତରେ ହୁଏ ଫଳ ସେଇ।