STORYMIRROR

Tilottama Prusty

Abstract

3  

Tilottama Prusty

Abstract

ପଖାଳ କଂସା

ପଖାଳ କଂସା

1 min
151

ଆମ ପଖାଳ କଂସା

   ମାଛ ହେଉ କି ଶାଗ ହେଉ

 ମେଣ୍ଟାଏ ସଭିଙ୍କ କ୍ଷୁଧା ଓ ତୃଷା ।


ବଡ଼ି ସଙ୍ଗେ ଆଳୁ ଚଟଣୀ

    ନିଏଯେ ସଭିଙ୍କ ମନକୁ କିଣି।

 ପଖାଳର ନାହିଁ ଭାଷା

ଗାଁ ଠୁଁ ସହର ସଭିଙ୍କ ଆଦର

   ଖାଇ ବେସି ଖୁସି ଚଷା।


ଖରା ଗରମରେ ଘରକୁ ଫେରିଲେ

   ଉଡିଯାଏ ଯେବେ ହଂସା

 ତୋରାଣି ମୁଁନ୍ଦାଏ ପିଇବା ପାଇଁକି

   ମନେ ଭାରି ହୁଏ ଆଶା।


ପଖାଳ ସାଙ୍ଗେରେ ତୋରାଣି

   ପିଇ ଦେଲାରୁ ନିଦଯେ ଆସେ

     ବାଧାଯେ କଟଇ ପୁଣି।

      ଗରିବଙ୍କ ପାଇଁ ନିଶା।


ସବୁରି ଘରର ଘରଣୀ

 ତୋତେ କରିଲେ ଆରାମ ପାଆନ୍ତି

  ଗରିବ ବଞ୍ଚାଏ ପଇସା।

   ତୋ ପାଇଁ ନାହିଁ ମୋ ଭାଷା।


ଲଙ୍କା ପିଆଜକୁ ଲଗାଇ

   ପୋଡାପୋଡି ଟିକେ ହୋଇଲେ ପରା

     ଖର୍ଚ୍ଚ ବି ତାଙ୍କ କମଇ ।


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Abstract