ପଖାଳ କଂସା
ପଖାଳ କଂସା


ଆମ ପଖାଳ କଂସା
ମାଛ ହେଉ କି ଶାଗ ହେଉ
ମେଣ୍ଟାଏ ସଭିଙ୍କ କ୍ଷୁଧା ଓ ତୃଷା ।
ବଡ଼ି ସଙ୍ଗେ ଆଳୁ ଚଟଣୀ
ନିଏଯେ ସଭିଙ୍କ ମନକୁ କିଣି।
ପଖାଳର ନାହିଁ ଭାଷା
ଗାଁ ଠୁଁ ସହର ସଭିଙ୍କ ଆଦର
ଖାଇ ବେସି ଖୁସି ଚଷା।
ଖରା ଗରମରେ ଘରକୁ ଫେରିଲେ
ଉଡିଯାଏ ଯେବେ ହଂସା
ତୋରାଣି ମୁଁନ୍ଦାଏ ପିଇବା ପାଇଁକି
ମନେ ଭାରି ହୁଏ ଆଶା।
ପଖାଳ ସାଙ୍ଗେରେ ତୋରାଣି
ପିଇ ଦେଲାରୁ ନିଦଯେ ଆସେ
ବାଧାଯେ କଟଇ ପୁଣି।
ଗରିବଙ୍କ ପାଇଁ ନିଶା।
ସବୁରି ଘରର ଘରଣୀ
ତୋତେ କରିଲେ ଆରାମ ପାଆନ୍ତି
ଗରିବ ବଞ୍ଚାଏ ପଇସା।
ତୋ ପାଇଁ ନାହିଁ ମୋ ଭାଷା।
ଲଙ୍କା ପିଆଜକୁ ଲଗାଇ
ପୋଡାପୋଡି ଟିକେ ହୋଇଲେ ପରା
ଖର୍ଚ୍ଚ ବି ତାଙ୍କ କମଇ ।