STORYMIRROR

Mamatamanjari Das

Abstract

3  

Mamatamanjari Das

Abstract

ଆମେ କେଉଁ ଥିରେ ନୁହେଁ ଊଣା

ଆମେ କେଉଁ ଥିରେ ନୁହେଁ ଊଣା

1 min
122

ଫଗୁଣ ମସରେ ଚାଳିଶି ବାରୁଦ

ଆଗକୁ ଆହୁରି ବାକି

ଠିଆ ହେଉଅଛି କଙ୍କ୍ରିଟ୍ ଜଙ୍ଗଲ

ବୁଝୁନି ମଣିଷଜାତି ।


ଋଦ୍ରଙ୍କର ତାପ ବଢି ବଢି ଚାଲେ

ବଢିଚାଲେ ଗୁଳୁ ଗୁଳି

କେତେଯେ ନିରୀହ ଏ ଗ୍ରୀଷ୍ମ ପ୍ରବାହେ

ପଡିବେ ଏଥର ଟଳି ।


ପଞ୍ଚ ତତ୍ୱ ଗଢା ମଣିଷ ଶରୀର

ହୁଏ ପଞ୍ଚ ଚିଜ ଲୋଡା

ଟିକିଏ ସମୟ ଦେଇତ ପାରିଲେ

ହେବ ସୁନାର ରାଇଜ ଛିଡା ।


ପ୍ରତି ଲୋକ ଯଦି ଗୋଟେ ଗଛ ପାଇଁ

ଗୋଟିଏ ଘଣ୍ଟା ଦିଅନ୍ତା

ସବୁଜ ପତ୍ରରେ ହସନ୍ତା ରାଇଜ

ଯୁଆଡେ ଚାହିଁଲେ ଆଖି ଆମ ପୁରି ଯାଆନ୍ତା।


ଧନ ଧାନ୍ୟେ ପୂର୍ଣ୍ଣ ରାଇଜଟା ଆମ

ତଥାପି ଗରୀବେ ଗଣା

ସଚେତନ ହୁ ହେ ଓଡିଶା ବାସୀ

ତୁମେ ନୁହେଁ କେଉଁଥିରେ ଊଣା।


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Abstract