STORYMIRROR

Er Subhransu Kumar Behera

Crime Inspirational Others

4  

Er Subhransu Kumar Behera

Crime Inspirational Others

ନାରୀ

ନାରୀ

1 min
203

ବିଦ୍ୟୁତ୍ ଚୋରି ...ବାଘବର ଗାଁରେ

ଦଳବଦ୍ଧ ହୋଇ ପହଞ୍ଚିଥିଲୁ

ପ୍ରାୟ ମଧ୍ୟାହ୍ନ ସମୟରେ ,

ମୁଁ କନିଷ୍ଠ ଯନ୍ତ୍ରୀଟିଏ...

କିଛି ବିଦ୍ୟୁତ୍ କର୍ମଚାରୀ

ଆଉ ଥିଲେ ପୋଲିସ ସଂଗରେ ।୧।

ଦେଖିଲୁ ବିପଦ ସଙ୍କୁଳ ବିଦ୍ୟୁତ୍ ଚୋରି

ହୁକ ତାର ଶହେ ମିଟର

ଖୋଲା ମେଲା ଜିଆଇ ତାରରେ,

ସାମାନ୍ୟ ... ବିଦ୍ୟୁତ୍ ବିଲ୍ ପାଇଁ

କାହାର ବି ଜୀବନ ଯାଇଥାନ୍ତା

ଆକସ୍ମିକ ବିଦ୍ୟୁତ୍ ଘାତରେ ।୨।

ଟାଳିଲୁ ... ଆକସ୍ମିକ ବିଦ୍ୟୁତ୍ ଘାତଟିକୁ

ସତର୍କରେ କାଢି ହୁକ ତାର

ପହଞ୍ଚିଲୁ ଆସାମୀର ଘରେ ,

ବିଧବା ବୁଢ଼ୀ ମା , ନବବଧୂଟିଏ

ଆଉ ନୂଆ ବାହା ଭେଣ୍ଡା ପୁଅ

ଗଣୁଥିଲା ପ୍ରମାଦ ମନରେ ।୩।

କର୍ତ୍ତବ୍ୟ ହେଉ ଅବା ନିଷ୍ଠୁରତା

କେଶ୍ ହେଲା ଭେଣ୍ଡା ପୁଅ ନାମେ

ବନ୍ଧା ହେଲା ବିଦ୍ୟୁତ୍ ଚୋରିରେ ,

ପୋଲିସ୍ ଘରୁ ଭିଡି ଆଣିଥିଲେ

ଭେଣ୍ଡା ପୁଅ ଦୁଇ ବାହା ଧରି

ଥିଲା ପଛେ ... ଫୁଙ୍ଗୁଳା ପାଦରେ ।୪।

ମା' ରାହା ଧରି କାନ୍ଦି ଗଡିଥିଲା

ଅଧା ଓଢ଼ଣୀ ତା ଖସି ଯାଇଥିଲା

ଭେଣ୍ଡା ପୁଅର ସେ ଅବସ୍ଥାରେ,

ମା ପରା କେମିତି ସହିବ 

ପୁଅକୁ ପୋଲିସ୍ ବାନ୍ଧି ନେବାର

କେମିତି ବା ଦେଖିଥାନ୍ତା ତା'ରି ଆଖିରେ।୫।

ଚକିତ କରିଥିଲା ଗୋଟିଏ ମୁହୁର୍ତ୍ତ...

ଏପଟେ ଛାତି ଫଟାଇ କାନ୍ଦୁଥିଲା ମା

କୋହମାନେ ଦିଶୁଥିଲେ ଲୁହରେ,

ସେପଟେ ନିରବ ସେ ନବବଧୂ

ଅଟକାଇ ପୋଲିସ୍ ବାବୁଙ୍କୁ

ଦେଲା ଜୋତା ହଳେ ସ୍ୱାମୀର ପାଦରେ।୬।

ଲୁହ ଢାଳି ମା ରୂପେ ଜୀବନକୁ

ନୀରବରେ ବଧୂ ହୋଇ ସମ୍ମାନକୁ

ତୁମେ ହିଁ ତ ସବୁ ଜୀବନରେ,

କର୍ତ୍ତବ୍ୟରେ ବନ୍ଧା ଥିଲି, ହେଲେ ମୁଁ ଦେଖୁଥିଲି

ନାରୀର ବିମୁଢ ଚରିତ୍ର

ଲୀନ ହୋଇ ସ୍ତବ୍ଧ ସମାଧିରେ ।୭।

          


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Crime